ପାରାଦୀପ ଗସ୍ତରେ ଯାଇ ପ୍ରବାସୀ ଶ୍ରମିକଙ୍କୁ ଭେଟିଲେ ୫ଟି ସଚିବ

ଭୁବନେଶ୍ୱର: ଆଜି ଜଗତସିଂହପୁର ଜିଲ୍ଲାର ପାରାଦୀପ କୁ ଯାଇ ସେଠାରେ ପ୍ରବାସୀ ଶ୍ରମିକଙ୍କ  ସ୍ଥିତି ସମୀକ୍ଷା କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସହ ଉନ୍ନୟନ କମିଶନର।

ସୂଚନାଯୋଗ୍ୟ, ୮୬ ଜଣ ପ୍ରବାସୀ ଶ୍ରମିକଙ୍କୁ ଷଣ୍ଢକୁଡ କୋଷ୍ଟ ଗାର୍ଡ କଲୋନୀରେ କ୍ୟାମ୍ପ କରି ରଖାଯାଇଛି । ଯେଉଁମାନେ କି ପଶ୍ଚିମବଙ୍ଗ ଓ ବିହାରର । ସେମାନଙ୍କୁ ସେଠାରେ ଦିନକୁ ୨ଥର ଖାଇବାର ମଧ୍ୟ ବ୍ୟବସ୍ଥା କରାଯାଇଛି ।