ଓଡିଆ ପୁଅ ପ୍ରମୋଦଙ୍କ ବିଶ୍ୱ ରେକର୍ଡ

ସ୍ୱିଜରଲ୍ୟାଣ୍ଡ: ସ୍ୱିଜରଲ୍ୟାଣ୍ଡର ବାସେଲରେ ଚାଲିଥିବା ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‍ ରେ ଓଡିଆ ପୁଅ ପ୍ରମୋଦ ଭଗତ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସିଙ୍ଗଲ୍ସ ଫାଇନାଲରେ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ ୬-୨୧,୨୧-୧୪,୨୧-୫ ରେ ହରାଇ ପ୍ରମୋଦ ଭଗତ ଚାମ୍ପିଅନ ହୋଇଛନ୍ତି। ଡବଲ୍ସ ବର୍ଗରେ ମଧ୍ୟ ପ୍ରମୋଦଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିଲା। ଏଠାରେ ସୂଚନାଯୋଗ୍ୟ ବରଗଡ ଜିଲ୍ଳାର ଅତାବିରାରେ ଜନ୍ମିତ ଭଗତଙ୍କୁ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଁ ମନୋନିତ କରାଯାଇଛି।