ଏଥର ଆଇପ୍ୟାଡ୍ ମାଧ୍ୟମରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ଏଥର ବଜେଟ୍ ହେବ ଡିଜିଟାଲ । ଅର୍ଥାତ୍ ପ୍ରଥମ କରି ଅର୍ଥମନ୍ତ୍ରୀ ନୀରଞ୍ଜନ ପୂଜାରୀ ଆଇପ୍ୟାଡ ମାଧ୍ୟମରେ ବଜେଟ ଉପସ୍ଥାପନ କରିବେ । ଏହାସହ ବିଧାୟକମାନଙ୍କୁ ମଧ୍ୟ ଗୋଟିଏ ଲେଖାଏଁ ଆଇପ୍ୟାଡ ଦିଆଯାଇଛି, ଯଦ୍ୱାରା ସେମାନେ ବିଜେଟ ବିବରଣୀ ଜାଣିପାରିବେ । ଡିଜିଟାଲ ଉପାୟରେ ବଜେଟ ଉପସ୍ଥାପନ କରି ବଜେଟ୍‌ ପ୍ରକ୍ରିୟାକୁ ପେପରଲେସ କରିବାକୁ ସରକାର ଉଦ୍ୟମ କରୁଛନ୍ତି । ଏହାଫଳରେ ଏଥର ବଜେଟ ପୁସ୍ତିକା ଛପାଇବା ପାଇଁ ୭୫ ଲକ୍ଷ ପୃଷ୍ଠା କାଗଜ ଆବଶ୍ୟକ ହୋଇନାହିଁ । ଏହା ଦ୍ୱାରା ୧୦୦୦ଟି ବଡ଼ ଗଛ ବଂଚିଗଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ଵିଟ କରି କହିଛନ୍ତି ।

ଆଉ ଏକ ଦୃଷ୍ଟିରୁ ଏହି ବଜେଟକୁ ହାଇଟେକ ବଜେଟ କୁହାଯାଇପାରେ । ତାହା ହେଉଛି ପ୍ରଥମ ଥର ପାଇଁ ବଜେଟ ପାଇଁ ଏକ ସ୍ୱତନ୍ତ୍ର ଆପ ପ୍ରସ୍ତୁତ କରାଯାଇଛି । ଲୋକମାନେ ଓଡ଼ିଶା ବଜେଟ ଆପ ଇନଷ୍ଟଲ କରି ରିଅଲ ଟାଇମ ଭିତ୍ତିରେ ବଜେଟ ସୂଚନା ପାଇପାରିବେ । ଲୋକମାନେ ଉଭୟ ଇଂରାଜୀ ଓ ଓଡ଼ିଆରେ ଅର୍ଥମନ୍ତ୍ରୀଙ୍କ ବଜେଟ ଅଭିଭାଷଣ ପଢିପାରିବେ ।