ପଞ୍ଚୁପାଳ ଗ୍ରାମ ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ

ବାରଙ୍ଗ: ଶୁକ୍ରବାର ସକାଳେ ସ୍ଥାନୀୟ ପଞ୍ଚୁପାଳ ଗ୍ରାମର ପୁଲିସ ଜଣେ ଆତତାୟୀଙ୍କୁ ଗିରଫ କରିଛି। ଗିରଫ ଆତତାୟୀ ହେଉଛନ୍ତି ସୁଭ୍ରାଂଶୁ ଶେଖର ଷଡ଼ଙ୍ଗୀ ଓରଫ ରାଜା। ଚନ୍ଦକା ଥାନା ଅଧୀନ ଦାରୁଠେଙ୍ଗ ପଞ୍ଚାୟତ ଅନ୍ତର୍ଗତ ଚୁଡ଼ଙ୍ଗ ବସ୍ତିର ମଣ୍ଟୁ ମଣ୍ଡଳଙ୍କୁ...

ବାରଙ୍ଗ: ଶୁକ୍ରବାର ସକାଳେ ସ୍ଥାନୀୟ ପଞ୍ଚୁପାଳ ଗ୍ରାମର ପୁଲିସ ଜଣେ ଆତତାୟୀଙ୍କୁ ଗିରଫ କରିଛି। ଗିରଫ ଆତତାୟୀ ହେଉଛନ୍ତି ସୁଭ୍ରାଂଶୁ ଶେଖର ଷଡ଼ଙ୍ଗୀ ଓରଫ ରାଜା।

ଚନ୍ଦକା ଥାନା ଅଧୀନ ଦାରୁଠେଙ୍ଗ ପଞ୍ଚାୟତ ଅନ୍ତର୍ଗତ ଚୁଡ଼ଙ୍ଗ ବସ୍ତିର ମଣ୍ଟୁ ମଣ୍ଡଳଙ୍କୁ ସେ ପୁରୀ ମୁଖ୍ୟ କେନାଲର ତାରିଣୀଗଡ଼ା ଠାରେ ହତ୍ୟା କରିଥିବା କଥା ପୁଲିସ ଆଗରେ ସ୍ୱୀକାର କରିଛନ୍ତି। ପୁଲିସ ସହ ସେ ଜାଗାକୁ ଯାଇ କେନାଲକୂଳରେ ଥିବା ଅରମାରେ ଫିଙ୍ଗିଥିବା ଘାସକଟା ଛୁରି ମଧ୍ୟ ବାହାର କରିଛନ୍ତି।ସେଦିନ ରାତି ପ୍ରାୟ ୧୧: ୪୫ରେ ସେମାନେ ମଦ୍ୟପାନ କରି ଝଗଡ଼ା କରିଥିଲେ। ରାଜା ଉତ୍ତ୍ୟକ୍ତ ହୋଇ ମଣ୍ଟୁଙ୍କୁ ପିଟାପିଟି କରି ଘାସକଟା ଛୁରିରେ ହାଣି ମାରିପକାଇଥିଲା ବୋଲି କହୁଛନ୍ତି।

ସେପ୍ଟେମ୍ବର ୧୧ ତାରିଖ ସକାଳେ ପୁରୀ ମୁଖ୍ୟ କେନାଲର ତାରିଣୀଗଡ଼ାରୁ ଯେଉଁ ଶବ ମିଳିଥିଲା ତାହା ମଣ୍ଟୁ ମଣ୍ଡଳଙ୍କର ବୋଲି ଯାଜପୁରରେ ରହୁଥିବା ତାଙ୍କ ପତ୍ନୀ ଘଟଣାର ୪ ଦିନ ପରେ ଚିହ୍ନଟ କରିଥିଲେ। ପତ୍ନୀ ବାରଙ୍ଗ ଥାନାରେ ହତ୍ୟା ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।

Spread the love
Categories
କ୍ରାଇମ

RELATED BY

  • ଦୁଇ ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗ, ୨ ଅଭିଯୁକ୍ତ ଗିରଫ

    ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପାଟପୁର ଥାନା ଅଞ୍ଚଳରେ ୨ଜଣ ନାବାଳିକାଙ୍କ ସହ ଦୁଷ୍କର୍ମର ଅଭିଯୋଗ ଆସିଛି। ଏହି ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତ୍ରରେ ପାଟପୁର ଥାନା...
  • ଗୁଣିଗାରେଡି ସନ୍ଦେହରେ ହତ୍ୟା

    ମୋହନା : ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ପୁଣି ଗଡ଼ିଲା ମୁଣ୍ଡ। ଗୁଣିଗାରେଡ଼ି ସନ୍ଦେହରେ ଅତି ନିର୍ମମ ଭାବେ ଜଣେ ବୃଦ୍ଧଙ୍କ ମୁଣ୍ଡକୁ ଅଲଗା କରି ଦିଆଯାଇଛି। ଏପରି ନୃଶଂସ କାଣ୍ଡ ଗଜପତି ଜିଲ୍ଲା ମୋହନା ଥାନା ଭାଲିଆସାହି ଗାଁରେ ଗତ...
  • ବଡ଼ଭାଇଙ୍କ ଟାଙ୍ଗିଆ ଚୋଟରେ ସାନଭାଇ ମୃତ

    ହରିଚନ୍ଦନପୁର: ମଙ୍ଗଳବାର ସନ୍ଧ୍ୟା ବେଳେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଅନ୍ତର୍ଗତ ରେବଣା ଗ୍ରାମରେ ଘର ତିଆରି କଥାରେ ଜଣେ ବଡ଼ଭାଇ ତା’ର ସାନଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି।ଟାଙ୍ଗିଆ ଚୋଟରେ ନିହତ ସାନଭାଇ ହେଉଛି ୧୬ ବର୍ଷିୟ କରମା...
  • ଭଣଜା ଟାଙ୍ଗିଆ ଚୋଟରେ ମାଇଁ ମୃତ

    ଆନନ୍ଦପୁର: ଗୁଣି ଗାରେଡ଼ି ସନ୍ଦେହରେ ପୁଣି ଗଡ଼ିଛି ମୁଣ୍ଡ। ଏଥର ଏପରି ନୃଶଂସ କାଣ୍ଡ ଘଟିଛି କେନ୍ଦୁଝର ଜିଲ୍ଲାରେ। ଆନନ୍ଦପୁର ବ୍ଲକ୍‌ କନ୍ତଳା ଗାଁରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥିବା ଭଣଜାର ଟାଙ୍ଗିଆ ଚୋଟରେ ମାଇଁର ମୃତ୍ୟୁ ଘଟିଛି। ମୃତା ମହିଳା ହେଲେ...