କର୍କଟ ରୋଗୀଙ୍କ ପାଇଁ ଜିଲ୍ଲାସ୍ତରୀୟ ପାଲିଏଟିଭ୍ କେୟାରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ରାଜ୍ୟରେ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଅନେକ ସମୟରେ ଅଭାବନୀୟ ଘଟଣା ସାମ୍ନାକୁ ଆସୁଛି । ଏହାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ମଧ୍ୟ ଲଗାତର ଭାବେ ପ୍ରୟାସ ଜାରି ରଖିଛନ୍ତି । ଅନେକ ସମୟରେ କର୍କଟ ରୋଗୀ ରାଜ୍ୟରେ ଉତମ ଚିକିତ୍ସା ପାଉ ନଥିବା ଅଭିଯୋଗ ହେଉଛି । ଏହାକୁ ନଜରରେ ରଖି ଆଜି ରାଜ୍ୟର ସମସ୍ତ ମୁଖ୍ୟ ଚିକିତ୍ସାଳୟରେ ପାଲିଏଟିଭ କେୟାର ପ୍ରୋଗ୍ରାମକୁ ଶୁଭାରମ୍ଭ କରିଛି । 

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ମୁଖ୍ୟ ଚିକିତ୍ସାଳୟରେ କର୍କଟ ନିରାକରଣ ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି । ଏଥିପାଇଁ ସମସ୍ତ ମୁଖ୍ୟ ଚିକିତ୍ସାଳୟରେ ପାଲିଏଟିଭ କେୟାର ପ୍ରୋଗ୍ରାମର ଶୁଭାରମ୍ଭ କରିଛନ୍ତି । ମୋଟ ୩୨ଟି ମୁଖ୍ୟ ଚିକିତ୍ସାଳୟରେ ଏହି ସୁବିଧା ଉପଲବ୍ଧ ରହିବ । 

୩୨ଟି ମୁଖ୍ୟ ଚିକିତ୍ସାଳୟରେ ହୃତପିଣ୍ଡ ଓ ଯକୃତ ରୋଗର ଚିକିତ୍ସା ପାଇଁ ବ୍ୟବସ୍ଥା ରହିବ । ଏଥିପାଇଁ ପ୍ରତି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ୬ଟି ଶଯ୍ୟା ରହିବ । ଏଥିପାଇଁ ୧୦ଟି ଜିଲ୍ଲାକୁ ୧୦ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ।