ବିବାହର ୩୪ ବର୍ଷ ପରେ ପାକିସ୍ତାନୀ ମହିଳା ପାଇଲେ ଭାରତୀୟ ନାଗରିକତା

ମୁଜଫରନଗର: ଉତ୍ତର ପ୍ରଦେଶର ମୁଜଫରନଗରରୁ ଆସିଛି ଏକ ଚମକପ୍ରଦ ଖବର। ବିବାହର ୩୪ ବର୍ଷ ପରେ ପାକିସ୍ତାନରୁ ଭାରତ ଆସିଥିବା ଜଣେ ମହିଳାଙ୍କୁ ମିଳିଛି ଭାରତୀୟ ନାଗରିକର ସ୍ବୀକୃତି।ଭାରତୀୟ ନାଗରିକତା ହାସଲ କରିଥିବା ଏହି ମହିଳାଙ୍କ ନାମ ହେଲା ଜୁବୈଦା ବେଗମ ।

ପାକିସ୍ତାନୀ ମହିଳା ଜୁବୈଦା ବେଗମ ଭାରତୀୟ ନାଗରିକତା ପ୍ରାପ୍ତି ହେବା ପରେ ସେ ବହୁତ ଖୁସି ଅନୁଭବ କରୁଛନ୍ତି ବୋଲି କହିଛନ୍ତି । ଜୁବୈଦା ବେଗମ ଗଣମାଧ୍ୟମକୁ କହିଛନ୍ତି ଯେ ସେ ହେଉଛନ୍ତି ମୂଳ ରୂପରେ ଜଣେ ପାକିସ୍ତାନୀ, କିନ୍ତୁ ଭାରତରେ ବହୁ ବର୍ଷଧରି ରହୁଛନ୍ତି । ତାଙ୍କର ବିବାହକୁ ଏହା ଭିତରେ ୩୪ ବର୍ଷ ହୋଇଯାଇଛି ।

ଜୁବୈଦା ବେଗମ ଆହୁରି ମଧ୍ୟ କହିଛନ୍ତି ଯେ ସେ ଜଣେ ଭାରତୀୟଙ୍କୁ ବିବାହ କରିଥିଲେ । ଏହା ୩୪ ବର୍ଷ ତଳର ଘଟଣା । ଭାରତର ନାଗରିକତା ହାସଲ କରିବା ପାଇଁ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟାଳୟକୁ ଦୌଡ଼ିଥିଲେ । ଅବଶେଷରେ ୩୪ ବର୍ଷ ପରେ ସେ ଗତ ସପ୍ତାହରେ ନାଗରିକତା ପ୍ରମାଣପତ୍ର ପାଇବାରେ ସଫଳ ହୋଇଛନ୍ତି ।