ପାକିସ୍ତାନର ଏଫ-୧୬ ବିମାନ ଦୁର୍ଘଟଣାଗ୍ରସ୍ତ; ଉଇଙ୍ଗ କମାଣ୍ଡର ମୃତ

ଇସଲାମାବାଦ: ପାକିସ୍ତାନ ବାୟୁସେନାର ଏକ ଏଫ୍‌-୧୬ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଏହି ଘଟଣାରେ ଉଇଙ୍ଗ କମାଣ୍ଡରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମାର୍ଚ୍ଚ୨୩ ଦେଶର ସ୍ୱାଧିନତା ଦିବସ ପାଳନ କରିବା ପାଇଁ ଏହି ଅଭ୍ୟାସ କରାଯାଉଥିବା ସମୟରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏହି ଦୁର୍ଘଟଣା ଘଟିଛି ।ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ବିମାନଟି ଉଡ଼ାଣ ଭରିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହେବା ସହ ଆକାଶ ଧୂଆଁମୟ ହୋଇଯାଉଥିବା ଦେଖାଯାଇଛି।

ତେବେ ପାକିସ୍ତାନ ବାୟୁସେନାର ଏଫ୍-୧୬ବିମାନ ଦୁର୍ଘଟଣା ପଛର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। କିଭଳି ପରିସ୍ଥିତି‌ରେ ଏବଂ କ’ଣ ପାଇଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା, ତା’ର କାରଣ ଏବେ ଖୋଜିବ‌ା ଆରମ୍ଭ କରିଛି  ପାକ୍ ବାୟୁସେନା। ଘଟଣାର ଯାଂଚ କରିବା ପାଇଁ ଏକ ତଦନ୍ତକାରୀ ଟିମ୍ ତିଆରି କରାଯାଇଛି। ତେବେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ଆମେରିକାରେ ନିର୍ମାଣ ହୋଇଥିଲା ବୋଲି ସାମ୍ନାକୁ ଆସିଛି।