ଆତଙ୍କବାଦ ନ ରୋକିଲେ ଖଣ୍ଡ ଖଣ୍ଡ ହୋଇଯିବ:ରାଜନାଥ

ନୂଆଦିଲ୍ଲୀ:ରକ୍ଷାମନ୍ତ୍ରୀ ରାଜନାଥ ସିଂହ ସୁରାଟରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି । ପାକିସ୍ତାନ ଯଦି ଆତଙ୍କବାଦୀଙ୍କ ସାଥ ଦେବା ନ ଛାଡ଼ିବ ତେବେ ତାର ବିନାଶ ହେବାକୁ କେହି ରୋକି ପାରିବେ ନାହିଁ ବୋଲି ସେ କହିଛନ୍ତି । 

ଭାରତ ଦ୍ୱାରା ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ବଚଳିତ ହୋଇପଡ଼ିଛି ପାକିସ୍ତାନ । ଏହି ବିଷୟକୁ ନେଇ ଅନ୍ତରାଷ୍ଟ୍ରୀୟ ସ୍ତରରେ ଠୋକର ଖାଇବା ସହ ସଂଯୁକ୍ତ ରାଷ୍ଟ୍ର ପାଖରେ ମଧ୍ୟ ନିଜ ଦୁଃଖ ଜଣାଇବା ପାଇଁ ପହଂଚିଥିଲା କିନ୍ତୁ ସେଠାରୁ ମଧ୍ୟ ବିଫଳ ହୋଇଛି ପାକିସ୍ତାନ । ସ୍ୱାଧିନତା ପରେ ଭାରତରେ ସଂଖ୍ୟାଲଘୁ ହେବାରେ ଲାଗିଥିବା ବେଳେ ପାକିସ୍ତାନର ନିଜ ସ୍ଥିତି ଖରାପ ହେବାରେ ଲାଗିଛି । ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ତେଣୁ ଏଠାରେ ରହୁଥିବା ବ୍ୟକ୍ତି ବିଶେଷ ସୁରକ୍ଷିତ ଥିଲେ, ଅଛନ୍ତି ଏବଂ ରହିବେ ବୋଲି ରକ୍ଷାମନ୍ତ୍ରୀ କହିଛନ୍ତି । 

ଅନ୍ତରାଷ୍ଟ୍ରୀୟ ସ୍ତରରେ କାଶ୍ମୀର ପ୍ରସଙ୍ଗକୁ ନେଇ ଦ୍ୱାର ଦ୍ୱାର ବୁଲୁଥିବା ପାକିସ୍ତାନ ଉପରେ ବର୍ତ୍ତମାନ ସାରା ଦୁନିଆ ବିଶ୍ୱାସ କରିବାକୁ ନାରାଜ । ତେଣୁ ସେ ଆହୁରି କହିଛନ୍ତି ଯେ, ପାକିସ୍ତାନକୁ ଆତଙ୍କବାଦୀଙ୍କ ସମର୍ଥନ ଛାଡ଼ିବାକୁ ପଡ଼ିବ । ନଚେତ ପାକିସ୍ତାନ ଖଣ୍ଡ ଖଣ୍ଡ ହେବାକୁ କେହି ରୋକିପାରିବେ ନାହିଁ ।