ନୂଆଦିଲ୍ଲୀ: ଇଦ୍ -ଉଲ-ଜୁହା ଅବସରରେ ପାକିସ୍ତାନ ବିଏସଏଫଙ୍କ ଠାରୁ ମିଠା ନେବାକୁ ମନା କରିଦେଇଛି । କାଶ୍ମୀରର ହୁସେନବାଲା ସୀମାରେ ଚଳିତ ଥର ମିଠା ଆଦାନ ପ୍ରଦାନ ହୋଇପାରିଲା ନାହିଁ ।
ପ୍ରତି ବଡ଼ ବଡ଼ ଉତ୍ସବରେ ଯେପରି ଅଟାରୀ ଓ ୱାର୍ଘା ସୀମାରେ ପାକିସ୍ତାନ ଓ ଭାରତ ମଧ୍ୟରେ ମିଠା ଦିଆ ନିଆ କରି ଖୁସି ବଣ୍ଟା ଯାଉଥିଲା ତାହା ଏଥର ହୋଇନାହିଁ । ଚଳିତ ଥର ଆଜି ବକରୀଦ ଅବସରରେ ପ୍ରତିବର୍ଷ ଭଳି ଏଥର ମଧ୍ୟ ବିଏସଏଫ ଯବାନ ଅନ୍ତଃରାଷ୍ଟ୍ରୀୟ ସୀମାରେ ମିଠା ଆଦାନ ପ୍ରଦାନର ପ୍ରସ୍ତୁତି କରିଥିଲା । କିନ୍ତୁ ପାକିସ୍ତାନ ବିଏସଏଫଙ୍କ ଠାରୁ ମିଠା ନେବାକୁ ମନା କରିଦେଇଛି । ଏକ ବିଏସଏଫ ଯବାନଙ୍କ କହବାନୁଯାୟୀ ,ପ୍ରତିବର୍ଷ ଉତ୍ସବରେ ପାକିସ୍ତାନ ତରଫରୁ ମିଠା ଦେଣନେଣ ପାଇଁ ସନ୍ଦେଶ ଆସୁଥିଲା କିନ୍ତୁ ଚଳିତ ଥର ଆସିନାହିଁ ।
ଜାମ୍ମୁକାଶ୍ମୀରକୁ ନେଇ ପାକିସ୍ତାନ ଓ ଭାରତ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ଜାମ୍ମୁକାଶ୍ମୀରରେ ଭାରତ ସରକାରଙ୍କ ପକ୍ଷରୁ ଧାରା ୩୭୦ ଉଚ୍ଛେଦ ପରେ ପୂର୍ବରୁ ଲାଗି ରହିଥିବା ଶତ୍ରୁତା ଅଧିକ ହୋଇଛି । ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ସ୍ୱତନ୍ତ୍ରତା ରାଜ୍ୟ ମାନ୍ୟତା ହଟାଇ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରାଯାଇଛି । ଏହା ପରେ ଭାରତ ସହ ସବୁ ବାଣିଜ୍ୟ ସମ୍ପର୍କ ଓ ଯାତାୟତକୁ ବନ୍ଦ କରିଛି ପାକିସ୍ତାନ ।