ଭାରତ ସହ ସର୍ତମୂଳକ ଦ୍ୱିପାକ୍ଷୀୟ ସାକ୍ଷାତ ପାଇଁ ରାଜି ହେଲା ପାକିସ୍ତାନ

ନୂଆଦିଲ୍ଲୀ:ଅନ୍ତଃରାଷ୍ଟ୍ରୀୟସ୍ତରରେ ଲଜ୍ଜିତ ହେବା ପରେ ମଧ୍ୟ କାଙ୍ଗାଳ ପାକିସ୍ତାନର ଗର୍ବ ଭାଙ୍ଗୁନାହିଁ । ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶୀଙ୍କ କହିବାନୁସାରେ, ପାକିସ୍ତାନ ଭାରତ ସହ ସର୍ତମୂଳକ ଦ୍ୱିପାକ୍ଷୀୟ ଆଲୋଚନା ପାଇଁ ରାଜି ଅଛି । 

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନା ଶୁକ୍ରବାର ଦିନ ଦେଶକୁ ସମ୍ବୋଧିତ କରିଥିଲେ । ଏହା ସହ ପିଓକେ ଉପରେ ଭାରତ କୈାଣସି କାର୍ଯ୍ୟାନୁଷ୍ଠାନ ନେଲେ ପାକ୍ ଏହାର କଡ଼ା ଜବାବ ଦେବାକୁ ପ୍ରସ୍ତୁତ ଅଛି ବୋଲି ଇମରାନ ଖାନ ଧମକ ଦେଇଥିଲେ । ଦୁଇ ଦେଶ ମଧ୍ୟରେ ପରମାଣୁ ବୋମା ଆକ୍ରମଣ ଓ ସୈନ୍ୟ ଯୁଦ୍ଧ ହେଲେ ସାରା ବିଶ୍ୱ ଏହାର ପରିଣାମ ଭୋଗିବେ ବୋଲି ମଧ୍ୟ ଧମକ ଦେଇଛନ୍ତି ।  କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି ପାକିସ୍ତାନ ମାନିବାକୁ ନାରାଜ । ଭାରତ ସରକାର ଅଗଷ୍ଟ ୫ରେ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ । ଏହା ସହ ଜାମ୍ମୁକାଶ୍ମୀରରୁ ରାଜ୍ୟ ମାନ୍ୟତା ହଠାଇ କେନ୍ଦ୍ରଶାସିତ ଅଂଚଳ ଭାବେ ଘୋଷଣା କରିଥିଲେ ।