ଭାରତୀୟ ଆକାଶପଥ କରିବେନି ବ୍ୟବହାର; ହେଲେ ମାଲେସିଆ ଗସ୍ତ କରିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ: ମାଲେସିଆ ଗସ୍ତ କରିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତୀୟ ଆକାଶପଥ ବ୍ୟବହାର କରିିବେନି । ୨ଦିନିଆ ମାଲେସିଆ ଗସ୍ତରେ ଭାରତୀୟ ଆକାଶ ପଥ ଇମ୍ରାନ ଖାନ୍ ବ୍ୟବହାର କରିବେନି ବୋଲି ପାକିସ୍ତାନ ଗଣମାଧ୍ୟମ ସଂସ୍ଥା ‘ଏଆରୱାଇ ନିଉଜ୍‌’ ରିପୋର୍ଟ ପ୍ରକାଶ କରିଛି ।

ଆଜିଠାରୁ ଦୁଇଦିନିଆ ମାଲେସିଆ ଗସ୍ତରେ ଯାଉଥିବା ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଭାରତୀୟ ଆକାଶପଥ ବ୍ୟବହାର ନ କରିବାକୁ ନିଷ୍ପତି ଗ୍ରହଣ କରିଛନ୍ତି । ଏକ ବିବୃତିରେ ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ରୀ ଐଶା ଫାରୁକ୍ୱି କହିଛନ୍ତି ଯେ ମାଲେସୀୟ ପ୍ରଧାନମନ୍ତ୍ରୀ ମହାଥିର ମହମଦ୍‌ଙ୍କ ଆମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ କୁଆଲାଲମ୍ପୁର ଯାଉଛନ୍ତି। ମାଲେସୀୟ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବା ବେଳେ ଇମ୍ରାନ ଖାଁ କାଶ୍ମୀର ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।