ଇମରାନଙ୍କ ମନ୍ତ୍ରୀଙ୍କୁ କୁକୁର କହିଲେ ପାକ୍ ସାଂସଦ

ଇସଲାମବାଦ:ଜମ୍ମୁ-କାଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ପାକିସ୍ତାନ ପାଗଳଙ୍କ ଭଳି ପ୍ରଳାପ କରୁଛି । ପାକିସ୍ତାନ ସଂସଦରେ ଗତକାଲି ଯୁଗ୍ମ ସଦନରେ ପାକ୍ ମୁସଲିମ ଲିଗର ସାଂସଦ ମୁଶାହିଦୁଲାହ ଖାନ ଇମରାନ ଖାନଙ୍କ ଜଣେ ମନ୍ତ୍ରୀଙ୍କୁ କୁକୁର ବୋଲି କହିଛନ୍ତି ।

ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଓ ୩୫ଏ ହଟାଯିବା ପରେ ପାକ ସଂସଦରେ ଯୁଗ୍ମ ସଦନ ଡକାଯାଇଥିଲା । ଏଥିରେ ଉପସ୍ଥିତ ସାଂସଦ କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରୁଥିଲେ । ଏହି ସମୟରେ ଦୁଇଜଣ ସଦସ୍ୟ ନିଜ ନିଜ ଭିତରେ ଟଣାଓଟରା ହୋଇଥିଲେ । ସାଂସଦ ମୁଶାହିଦୁଲାହ ଖାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ସମାଲୋଚନା କରୁଥିଲେ । ସେହି ସମୟରେ ମନ୍ତ୍ରୀ ଫବାଦ ଚୌଧରୀ ତାଙ୍କୁ ଅଧାରୁ ରୋକିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ମୁଶାହିଦୁଲାହ ମାନି ନଥିଲେ । ପବାଦଙ୍କ ମାତ୍ରାଧିକ ହସ୍ତକ୍ଷେପ କାରଣରୁ ସେ ରାଗିଯିବା ସହ ତାଙ୍କୁ କୁକୁର ବୋଲି କହିଥିଲେ ।

ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ବୃଦ୍ଧି ପାଇବା ବେଳେ ଖାନ ଚୌଧରୀଙ୍କୁ ଗାଳି କରିଥିଲେ । ଏପରିକି ତାଙ୍କୁ ବାନ୍ଧିକରି ରଖାଯାଇଥିଲା ଓ କୁକୁର ଭଳି ସେ ଖସି ଆସିଥିବା ମଧ୍ୟ କହିଥିଲେ । ଏହାପରେ ଗୃହରେ ଉଭୟ ପକ୍ଷ ଧସ୍ତାଧସ୍ତି ହୋଇଥିଲେ ।