ବାଲିଷ୍ଟିକ ମିସାଇଲ ‘ଗଜନବୀ’ର ପରୀକ୍ଷଣ କଲା ପାକିସ୍ତାନ

ଲାହୋର:ଭାରତ ବିରୁଦ୍ଧରେ ପରମାଣୁ ଯୁଦ୍ଧର ଧମକ ଦେଇଥିବା ପାକିସ୍ତାନ ଆଜି ବାଲିଷ୍ଟିକ୍‌ ମିସାଇଲ୍‌ ‘ଗଜନବୀ’ର ପରୀକ୍ଷଣ କରିଛି । ଏହା ୨୯୦କିଲୋମିଟର୍‌ ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି । ଗଜନବୀ କ୍ଷେପଣାସ୍ତ୍ର ଭୂପୃଷ୍ଠରୁ ଭୂପୃଷ୍ଠରୁ ଲକ୍ଷ୍ୟଭେଦ କରି ପାରିବ ।

କରାଚୀ ଆକାଶପଥକୁ ତିନି ଦିନ ପାଇଁ ବନ୍ଦ ରଖିବା କ୍ଷେପଣାସ୍ତ୍ର ପରୀକ୍ଷଣ ସହିତ ଜଡ଼ିତ ବୋଲି କୁହାଯାଉଛି । ‘ନ୍ୟୁୟର୍କ ଟାଇମ୍ସ’ର ପ୍ରକାଶ ପାଇଥିବା ଖବର ଅନୁଯାୟୀ ଏହି ପାକିସ୍ତାନ କଶ୍ମୀର ପ୍ରସଙ୍ଗକୁ ଅନ୍ତରାଷ୍ଟ୍ରୀୟ କରଣ କରିବାକୁ ଏହି ପଦକ୍ଷେପ ନେଉଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବାତାବରଣ ସୃଷ୍ଟି କରି ଅନ୍ତରାଷ୍ଟ୍ରୀୟ ସମୁଦାୟକୁ କଶ୍ମୀର ମୁଦ୍ଦା ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛି ପାକିସ୍ତାନ ।

ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ନ୍ୟୁୟର୍କ ଟାଇମ୍ସକୁ ଦେଇଥିବା ସାକ୍ଷାତକାରରେ ଭାରତ ଓ ଯୁଦ୍ଧ ବିଷୟରେ ସାମାନ୍ୟ ସୂଚନା ଦେଇଥିଲେ । ଏହା ପରେ ପୁନର୍ବାର ଅଗଷ୍ଟ ୨୬ରେ ଇମରାନ ପରମାଣୁ ଯୁଦ୍ଧ ପ୍ରସଙ୍ଗକୁ ଦୋହରାଇ ଥିଲେ । ଏମିତିକି ଗତକାଲି ତାଙ୍କର ଜଣେ ମନ୍ତ୍ରୀ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଯୁଦ୍ଧ ହେବ ବୋଲି କହିଛନ୍ତି ।