ଜର୍ମାନୀ ନିକଟରେ ଗୁହାରୀ କଲା ପାକିସ୍ତାନ

ଲାହୋର:ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ ବିଚଳିତ ହୋଇ ପଡିଛି । ପ୍ରଧାନମନ୍ତ୍ରୀ ଇମରାନ ଖାନ ବିଭିନ୍ନ ଦେଶଠାରୁ ସମର୍ଥନ ମାଗି ବୁଲୁଛନ୍ତି । କିନ୍ତୁ କୌଣସୀ ଦେଶ ଇମରାନଙ୍କୁ ସମର୍ଥନ ଦେଉନାହିଁ । ଏବେ ସେ ଜର୍ମାନୀର ଚାନ୍ସେଲର ଆଞ୍ଜେଲା ମୋର୍କେଲଙ୍କ ସହ ଏହି ପ୍ରସଙ୍ଗରେ କଥା ହୋଇଛନ୍ତି । ଉଭୟ ନେତା ଗତକାଲି ଫୋନ ଯୋଗେ ଆଲୋଚନା କରିଛନ୍ତି ।

ଏହି ଆଲୋଚନାରେ ଇମରାନ କହିଛନ୍ତି ଯେ, ଭାରତ ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରିବା ପରେ ଏହାର ପ୍ରଭାବ ପଡିବ । ଶାନ୍ତି କ୍ଷୂର୍ଣ୍ଣ ହେବ । ଅନ୍ତରାଷ୍ଟ୍ରୀୟ ସମୁଦାୟ ଏହା ଉପରେ ନଜର ରଖିବା ଆବଶ୍ୟକ । ଏନେଇ ପାକ୍ ବୈଦେଶିକ ବିଭାଗ ସୂଚନା ଦେଇଛି ।

ଭାରତ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ କାଶ୍ମୀର ପ୍ରସଙ୍ଗ ସଂପୂର୍ଣ୍ଣ ଆଭ୍ୟନ୍ତରୀଣ ମାମଲା ବୋଲି କହିଛି । ଏହାସହ ପାକିସ୍ତାନ ବାସ୍ତବତାକୁ ସ୍ୱିକାର କରିବା ଦରକାର ବୋଲି ଭାରତ କହିଛି ।