ପାକିସ୍ତାନକୁ ଝଟକା; ଡାର୍କ ଗ୍ରେ ଲିଷ୍ଟରେ ସାମିଲ ହେବ

ଇସଲାମାବାଦ:ପୁଣି ପାକିସ୍ତାନକୁ ଲାଗିଛି ବଡ଼ ଝଟକା । କାଙ୍ଗାଳ ସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନ ଓ ଇମରାନ ଖାନଙ୍କ ପାଇଁ ମୁସ୍କିଲ ବଢିବାରେ ଲାଗିଛି । ପୁଣି ବିପଦରେ ପଡ଼ିଥିବା ଟେରର ଫଣ୍ଡିଙ୍ଗ ରୋକିବାରେ ଅସମର୍ଥ ପାକିସ୍ତାନର ହାତ ଛାଡ଼ିଛନ୍ତି ତାର ଘନିଷ୍ଠ ବନ୍ଧୁ ଦେଶ । ଟେରର ଫଣ୍ଡିଙ୍ଗ ଓ ମନି ଲଣ୍ଡରିଂ ଉପରେ ନଜର ରଖୁଥିବା ଫାଇନାନସିଆଲ ଆକ୍ସନ ଟାକ୍ସ ଫୋର୍ସ (ଏଫଏଟିଏଫ ) ବୈଠକ ଫ୍ରାନ୍ସ ରାଜଧାନୀ ପ୍ୟାରିସ ଠାରେ ଜାରି ରହିଛି । 

ସେମାବାର ଦିନ ପ୍ୟାରିସରେ ବସିଥିବା ଫାଇନାନସିଆଲ ଆକ୍ସନ ଟାକ୍ସ ଫୋର୍ସର ଗୁରୁତ୍ୱପୂର୍ଣ୍ଣ ବୈଠକରେ ପାକିସ୍ତାନ ଘନିଷ୍ଠ ବନ୍ଧୁ ଦେଶ ଟେରର ଫଣ୍ଡିଙ୍ଗ ରୋକିବାରେ ଅସମର୍ଥ ପାକ୍ ର ହାତ ଛାଡ଼ିଛନ୍ତି । ଆତଙ୍କୀ ଫଣ୍ଡିଙ୍ଗ ଓ ମନି ଲଣ୍ଡରିଂ ରୋକିବା ସହ ଆତଙ୍କବାଦୀଙ୍କ ସଂଗଠନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିବା ପାକିସ୍ତାନକୁ ପ୍ରମାଣ ଦେଖାଇ ପାରି ନାହିଁ । ତେଣୁ ତାକୁ ଡାର୍କ ଗ୍ରେ ଲିଷ୍ଟରେ ରଖିବାକୁ ପ୍ରସ୍ତୁତି ଚାଲିଛି । ଏହାର ଚୂଡ଼ାନ୍ତ ନିଷ୍ପତି ଆସନ୍ତା ଅକ୍ଟୋବର ୧୮କୁ ନିଆଯିବ । 

୨୦୧୮ମସିହାରେ ଏଫଏଟଇଏଫ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ପକାଇବା ସହ ୨୭ ପଏଣ୍ଟଦେଇ ନିଜକୁ ପ୍ରମାଣିତ କରିବା ପାଇଁ ଏକ ବର୍ଷ ସମୟ ଦିଆଯାଇଥିଲା । ପାକିସ୍ତାନ ତାର ୩ଟି ସହଯୋଗୀ ଦେଶ ତୁର୍କୀ, ଚୀନ ଓ ମାଲେସିଆ ତାକୁ ବ୍ଲାକ ଲିଷ୍ଟ ହେବାରେ ରକ୍ଷା କରିପାରିବେ ବୋଲି ଆଶା ରଖିଥିଲା । କିନ୍ତୁ ତାହା ବିଫଳ ହୋଇଛି , ଏହି ଦେଶ ଗୁଡ଼ିକ ପାକିସ୍ତାନ ସପକ୍ଷରେ ଭୋଟ ଦେଇ ନାହାଁନ୍ତି । 

ଟେରର ଫଣ୍ଡିଙ୍ଗ ଓ ମନି ଲଣ୍ଡରିଂ ଉପରେ ପାକିସ୍ତାନ ଅକାମି ରହିଛି । ପାକିସ୍ତାନ ଆତଙ୍କବାଦୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଓଲଟା ସାଥ ଦେଉଛି । ଏହା ଦ୍ୱାରା ପାକିସ୍ତାନ ଉପରେ ଅନେକ ଆର୍ଥିକ ପ୍ରତିବନ୍ଧକ ଲଗାଯାଇପାରେ । ତେଣୁ ପାକିସ୍ତାନକୁ ଡାର୍କ ଗ୍ରେ ଲିଷ୍ଟରେ ରଖାଯିବା ଯଥେଷ୍ଟ ସମ୍ଭାବନା ରହିଛି ।