ପରମାଣୁ ବୋମା ପକାଇବାର ଧମକ ଦେଲେ ପାକିସ୍ତାନୀ ସାମ୍ବାଦିକ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟର ତିକ୍ତତା ବଢ଼ିବାରେ ଲାଗିଛି । ଅନ୍ୟପଟେ ଜଣେ ପାକିସ୍ତାନୀ ସାମ୍ବାଦିକ ଏକ ଭିଡିଓରେ ଭାରତରେ ବୋମା ପକାଇବାର ଧମକ ଦେଇଛନ୍ତି । ସାମ୍ବାଦିକ ଜଣଙ୍କ ହେଉଛନ୍ତି ପାକିସ୍ତାନୀ ଟିଭି ଚ୍ୟାନେଲ୍‌ ‘ସିଟି-୪୨’ର କେସର ଖୋଖର। ଭିଡିଓରେ କେସର କହୁଛନ୍ତି, “ପାକିସ୍ତାନ ପରମାଣୁ ବୋମା ଡ୍ରଇଂ ରୁମ୍‌ରେ ସଜାଇବାକୁ ରଖିନାହିଁ। କେବଳ ଭାରତ ବିରୋଧରେ ବ୍ୟବହାର ପାଇଁ ଏହାକୁ ତିଆରି କରାଯାଇଛି। ପାକିସ୍ତାନୀ ମିସାଇଲ୍‌ କାମ କରିବ ଓ ମଟାମୋ ବଦଳରେ ଭାରତ ଉପରେ ପରମାଣୁ ବୋମା ପ୍ରୟୋଗ କରାଯିବ।” ସେ ଆହୁରି କହିଛନ୍ତି, “ଭାରତ କ’ଣ ଭାବୁଛି, ଟମାଟୋ ବନ୍ଦ କରି ଦେଲେ ପାକିସ୍ତାନୀ ରହି ପାରିବେ ନାହିଁ। ଟମାଟ ବଦଳରେ ଆମେ ଦହି ବ୍ୟବହାର କରିବୁ। ଭାରତ ଆଜି ଯେମିତି ଜଳୁଛି ତାଙ୍କ ଟମାଟୋ ବି ସେମିତି ଜଳିବ। ଆଗାମୀ ଦିନରେ ଆମେ ନିଜେ ଟମାଟୋ ଉତ୍ପାଦନ କରିବୁ। ଏହି ଟମାଟୋକୁ ମୋଦି ଓ ରାହୁଲଙ୍କ ମୁହଁକୁ ମାରିବୁ।”