ବିଶ୍ୱବ୍ୟାଙ୍କ ତରଫରୁ ପାକିସ୍ତାନର ବେଲୁଚିସ୍ତାନରେ ଜଳ ସଂସାଧନ ପରିଯୋଜନା ପାଇଁ ୨୦ କୋଟି ଆମେରିକା ଡଲାରର ଋଣକୁ ରୋକାଯାଇଛି । ଏହି ପ୍ରମୁଖ ପରିଯୋଜନାକୁ ଦିଆଯାଇଥିବା ଋଣକୁ ସ୍ଥଗିତ କରିବାର ମୁଖ୍ୟ କାରଣ ଏହାର ପ୍ରଗତି ଏବଂ ନିୟନ୍ତ୍ରଣକୁ କମ୍ କରିବା ଦର୍ଶାଯାଇଛି । ବିଶ୍ୱବ୍ୟାଙ୍କ ପ୍ରବକ୍ତା ମରିୟମ୍ ଅଲ୍ଫାତ୍ ଙ୍କ ମୁତାବକ ପରିଯୋଜନାକୁ ୩୦ ଦିନ ପାଇଁ ନିଲମ୍ବିତ କରାଯାଇଛି । ବିଶ୍ୱବ୍ୟାଙ୍କ ସହ ବେଲୁଚିସ୍ତାନ ଏକୀକୃତ ଜଳ ସଂସାଧନ ପ୍ରବନ୍ଧନ ଏବଂ ବିକାଶ ପରିଯୋଜନା ଉପରେ ତିନିବର୍ଷ ପୂର୍ବରୁ ହସ୍ତାକ୍ଷର କରାଯାଇଥିଲା । ବ୍ୟାଙ୍କ୍ ଏହି ପରିଯୋଜନାକୁ ୨୦ କୋଟି ୯୭ ଲକ୍ଷ ଡଲାରର ଅନୁମତି ଦେଇଥିଲେ । କିନ୍ତୁ ଏହି ପରିଯୋଜନା ପ୍ରବନ୍ଧନରେ ପ୍ରଗତି,ନିଧିର ବିତରଣ,ନାଗରିକ କାର୍ଯ୍ୟ ସହ ଆଗକୁ ବଢିବା ଏବଂ ନିୟନ୍ତ୍ରଣରେ ଅନେକ କମି ମିଳିଛି । ଯାହା ଦୁର୍ଭାଗ୍ୟଜନକ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏକ ବୟାନ ମୁତାବକ ବିଶ୍ୱବ୍ୟାଙ୍କର ଏହି ପରିଯୋଜନାରେ ଆଗାମୀ ୩୦ ଦିନ ପର୍ଯ୍ୟନ୍ତ ବେଲୁଚିସ୍ତାନ ସରକାରଙ୍କ କାମ କରିବାକୁ ରୋକାଯାଇଛି ।
Next Post