ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ମୁସାରଫଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଇସଲାମାବାଦ: ଦେଶଦ୍ରୋହ ମାମଲାରେ ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି । ଏହି ମୃତ୍ୟୁ ଦଣ୍ଡାଦେଶ ପାକିସ୍ତାନ ଲାହୋରସ୍ଥିତ ପେଶୱାର କୋର୍ଟ ଦେଇଥିବା ଜଣାପଡିଛି ।

୫ ଜଣିଆ ପୀଠ ଏହି ଆଦେଶ ଶୁଣାଇଛନ୍ତି । ୫ଜଣିଆ ଖଣ୍ଡପୀଠରୁ ୩ଜଣଙ୍କ ଶୁଣାଣୀ ମୁସାରଫଙ୍କ ବିପକ୍ଷରେ ରହିଛି । ସମସ୍ତ ରେକର୍ଡ଼, ତଥ୍ୟ ପ୍ରମାଣକୁ ଭିତି କରି ମୁସାରଫଙ୍କୁ ପାକିସ୍ତାନ ସମ୍ବିଧାନ ୬ ଅନୁସାରେ ଦେଶଦ୍ରୋହ ପ୍ରମାଣିତ କରାଯାଇଛି । ୨୦୦୭ ନଭେମ୍ବର ୩ର ଘଟଣାକୁ ନେଇ ମାମଲା ରୁଜ୍ଜୁ ହୋଇଥିଲା ।

୨୦୦୭ ମସିହାରେ ମୁସାରଫ ଦେଶରେ ଜରୁରିକାଳୀନ ସ୍ଥିତି ଜାରି କରି ବିଚାରପତିମାନପଙ୍କୁ ଗୃହବନ୍ଦୀ ରଖିଥିଲେ । ଏହି ମାମଲାରେ ପାକିସ୍ତାନର ପେଶାୱାର କୋର୍ଟ ତାଙ୍କୁ ଫାଶୀଦଣ୍ଡ ଦେଇଛନ୍ତି । ଏବେ ପାକିସ୍ତାନ ଛାଡ଼ି ବିଦେଶ ଅଥବା ଦୁବାଇରେ ରହୁଛନ୍ତି ମୁସାରଫ । ୨୦୦୧ ରୁ ୨୦୦୮ ମସିହା ଯାଏଁ ପରଭେଜ ମୁସାରଫ ପାକିସ୍ତାନର ରାଷ୍ଟ୍ରପତି ରହିଥିଲେ ।