ହ୍ୟାକ୍ ହେଲା ପାକିସ୍ତାନ ବିଦେଶ ମନ୍ତ୍ରାଳୟ ୱେବସାଇଟ୍, ଭାରତକୁ ସନ୍ଦେହ କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ବିଦେଶ ମନ୍ତ୍ରାଳୟର ୱେବସାଇଟ୍ ହ୍ୟାକ୍ ହୋଇଥିବା ସୂଚନା ମିଳିଛି । ଏନେଇ ପାକିସ୍ତାନ ଭାରତୀୟ ହ୍ୟାକରଙ୍କୁ ସନ୍ଦେହ କରୁଥିବା ଜଣାପଡିଛି । ଗତକାଲି ପାକିସ୍ତାନ ବିଦେଶ ମନ୍ତ୍ରାଳୟର ୱେବସାଇଟ୍ ହ୍ୟାକ୍ ହୋଇଥିଲା । ବିଦେଶ ମନ୍ତ୍ରାଳୟର ମୁଖପାତ୍ର ମହମ୍ମଦ ଫୈସଲ କହିଛନ୍ତି ଯେ, ଏହି ୱେବସାଇଟ୍ ଠିକ୍ ଭାବେ କାମ କରୁଛି, ମାତ୍ର ତାହା କେତେକ ଦେଶରେ ସୂଚାରୁରୂପେ କାମ କରୁନଥିବାର ଅଭିଯୋଗ ଆସିଥିଲା । ଆହୁରି ମଧ୍ୟ କହିଛନ୍ତି ଯେ, ଏହି ୱେବସାଇଟ୍ ହଲାଣ୍ଡ, ବ୍ରିଟେନ ଓ ସାଉଦିଆରବ ଭଳି ଦେଶ ମାନଙ୍କରେ ସଠିକ୍ ଭାବେ କାର୍ଯ୍ୟ କରୁ ନ ଥିବାର ଅଭିଯୋଗ ଆସିଛି । ମନ୍ତ୍ରାଳୟର ୱେବସାଇଟ୍ ସାଉଦୀ ପ୍ରିନ୍ସ ମହମ୍ମଦବିନ୍ ସଲମାନ୍ଙ୍କର ପାକିସ୍ତାନ ଗସ୍ତ ଓ କଶ୍ମୀରକୁ ନେଇ ସୂଚନା ଓ ଖବର ପ୍ରସାରିତ ହେଉଥିବା କାରଣକୁ ହ୍ୟାକିଂ ହୋଇଛି । ଏ ନେଇ ଭାରତ ଉପରେ ସନ୍ଦେହ ଉପୁଜିଛି ବୋଲି କହିଛନ୍ତି ।