ପାକିସ୍ତାନକୁ କଳା ତାଲିକାରେ ସାମିଲ କଲା ଏଫଟିଏଫ

ନୂଆଦିଲ୍ଲୀ:କାଶ୍ମୀର ପ୍ରସଙ୍ଗରେ ଭାରତକୁ ଅଡୁଆରେ ପକାଇବା ପାଇଁ ପ୍ରୟାସ କରୁଥିବା ପାକିସ୍ତାନକୁ ଶକ୍ତ ଝଟକା ଲାଗିଛି । ଏହି ଦେଶ ଆଗକୁ ଆହୁରି ଖରାପ ଦିନ ଦେଖିବ । କାରଣ ଆତଙ୍କବାଦୀଙ୍କୁ ଆର୍ଥିକ ଫଣ୍ଡିଂ ସହାୟତା ରୋକିବାରେ ବିଫଳ ହେବା ପରେ ଫାଇନାନସିଆଲ ଆର୍ସନ ଟାସ୍କ ଫୋର୍ସ ପାକିସ୍ତାନକୁ ବ୍ଲାକଲିଷ୍ଟ କରିଛି ।

ଭାରତୀୟ ଅଧିକାରୀଙ୍କ କହିବାନୁସାରେ, ଏଫଟିଏଫର ଏସିଆ ପ୍ରଶାନ୍ତ ସମୂହ ପାକିସ୍ତାନକୁ ସାରା ବିଶ୍ୱ ପାଇଁ ବିପଦ ବୋଲି ମୂଲ୍ୟାଙ୍କନ କରିଛନ୍ତି । ଫଳରେ ତାକୁ କଳାତାଲିକାଭୁକ୍ତ କରାଯାଇଛି । ଏଫଟିଏଫ ପାକିସ୍ତାନ ଅର୍ଥ ପ୍ରଦାନ କରିବା ମାମଲାରେ ୪୦ରୁ ୩୨ଟି ସର୍ତ ପାଳନ କରୁନଥିବା କହିଛି ।

ପାକିସ୍ତାନକୁ ଗତବର୍ଷ ଜୁନରେ ଗ୍ରୁପ ସି’ ରେ ରଖାଯାଇଥିଲା । ଅକ୍ଟୋବର ୨୦୧୮ ଏବଂ ଫେବ୍ରୁଆରୀ ୨୦୧୯ରେ ହୋଇଥିବା ରିଭ୍ୟୁରେ ମଧ୍ୟ ପାକିସ୍ତାନକୁ ଆଶ୍ୱସ୍ତି ମିଳିନଥିଲା । ପାକ୍ ଏଫଟିଏଫର ସୁପାରିଶରେ କାମ କରିବାରେ ବିଫଳ ହୋଇଥିଲା ।

ଏଫଟିଏଫ ଏକ ଅନ୍ତରାଷ୍ଟ୍ରୀୟ ସଂସ୍ଥା । ଏହା ଦେଶର ଆର୍ଥିକ ନେଣଦେଣ ପ୍ରକ୍ରିୟା ଉପରେ ନଜର ରଖିଥାଏ । ଏଥିପାଇଁ ମାନକ ନିର୍ଧାରିତ କରିଥାଏ । ୧୯୮୯ରେ ଏହାକୁ ସ୍ଥାପନ କରାଯାଇଥିଲା । ଏହାର ବୈଠକରେ କୌଣସୀ ଦେଶ ଆତଙ୍କବାଦୀଙ୍କୁ ପାଣ୍ଠିଂ ଯୋଗାଇବା ଓ ମନି ଲଣ୍ଡ୍ରିଂ ରୋକିବାରେ କେତେ ମାତ୍ରାରେ ପ୍ରଗତି କରିଛି ସେନେଇ ସମୀକ୍ଷା ହୋଇଥାଏ ।  ପ୍ୟାରିସକୁ ଏହା ସଂଚାଳିତ ହୋଇଥାଏ ।

ବ୍ଲାକଲିଷ୍ଟରେ ସାମିଲ ହେବା ପରେ ପାକିସ୍ତାନକୁ ଅଧିକ କ୍ଷତିର ସାମ୍ନା କରିବାକୁ ହେବ । କାରଣ ଯାହାକୁ ଏହି ତାଲିକାରେ ରଖାଯାଏ ସେହି ଦେଶକୁ ଋଣ ମିଳିବା କଷ୍ଟକର ହୋଇଯାଏ । ପାକିସ୍ତାନର ଆର୍ଥିକ ସ୍ଥିତି ପୂର୍ବରୁ ମଧ୍ୟ ବହୁତ ଖରାପ ରହିଛି ।  ଏହାସହ ଆନ୍ତର୍ଯାତିକ କରଦାତାମାନେ ମଧ୍ୟ ପାକକୁ ଆଇ ଲୋନ ଦେଉନାହାନ୍ତି ।