ଭାରତୀୟ ସିନେମା ଉପରେ ପ୍ରତିବନ୍ଧକ ଲଗାଇଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ସରକାର ଜମ୍ମୁ–କଶ୍ମୀରରେ ଦଶନ୍ଧି ଦଶନ୍ଧି ଧରି ଲାଗୁ ରହିଥିବା ଧାରା ୩୭୦ କୁ ଉଚ୍ଛେଦ କରିବା ପରେ ପାକିସ୍ତାନ ସଂସଦରେ ହଇଚଇ ସୃଷ୍ଟି ହୋଇଛି। ଭାରତର ଏଭଳି ଐତିହାସିକ ପଦକ୍ଷେପ ପରେ ପାକିସ୍ତାନ ବିଚଳିତ ହୋଇ ଭାରତ...

ନୂଆଦିଲ୍ଲୀ: ଭାରତ ସରକାର ଜମ୍ମୁ–କଶ୍ମୀରରେ ଦଶନ୍ଧି ଦଶନ୍ଧି ଧରି ଲାଗୁ ରହିଥିବା ଧାରା ୩୭୦ କୁ ଉଚ୍ଛେଦ କରିବା ପରେ ପାକିସ୍ତାନ ସଂସଦରେ ହଇଚଇ ସୃଷ୍ଟି ହୋଇଛି। ଭାରତର ଏଭଳି ଐତିହାସିକ ପଦକ୍ଷେପ ପରେ ପାକିସ୍ତାନ ବିଚଳିତ ହୋଇ ଭାରତ ସହ ସମସ୍ତ ସମ୍ପର୍କ ଛିନ୍ନ କରିବାକୁ ଚେଷ୍ଟା କରୁଛି। ଗତକାଲି ପାକିସ୍ତାନ ଭାରତ ସହ କୂଟନୀତିକ ଓ ବାଣିଜ୍ୟ ସମ୍ପର୍କ ବନ୍ଦ କରିଥିବା ବେଳେ ଆଜି ପ୍ରଥମେ ସମଝୌତା ଏକ୍ସପ୍ରେସ୍ ଓ ଏବେ ପାକିସ୍ତାନରେ ଭାରତୀୟ ସିନେମା ଉପରେ ପ୍ରତିବନ୍ଧକ ଲଗାଇଛି। ଏ ସମ୍ପର୍କିତ ଖବର ପ୍ରଧାନମନ୍ତ୍ରୀଙ୍କ ସୂଚନା ଓ ପ୍ରସାରଣ ବିଭାଗର ବିଶେଷ ସହାୟକ ଫିରଦୌଶ ଆଶିକ ଅୱାନ ପାକିସ୍ତାନୀ ମିଡିଆକୁ ଦେଇଛନ୍ତି। ଫିରଦୌଶ କହିଛନ୍ତି, ପାକ୍‌ରେ ଭାରତର ସମସ୍ତ ସାଂସ୍କୃତିକ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଯିବ।

ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରିବା ସହିତ ଲଦାଖକୁ ଅଲଗା  କରିବାପରେ ପାକିସ୍ତାନ ରାଗରେ ଏଭଳି ନିଷ୍ପତ୍ତି ନେ‌ଇଥିବା କୁହାଯାଉଛି। ଧାରା ୩୭୦ ଉଚ୍ଛେଦ ଓ ଜମ୍ମୁ କଶ୍ମୀରର ବିଭାଜନ ପରେ ପାକିସ୍ତାନ ସରକାର ପ୍ରଥମେ ଇସ୍‌ଲାମାବାଦରେ ଥିବା ଭାରତୀୟ ଦୂତାବାସକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ସହ ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ହାଇକମିଶନରଙ୍କୁ ନିଜ ଦେଶରୁ ବହିଷ୍କୃତ କରିଥିଲା। ଭାରତରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନରଙ୍କୁ ମଧ୍ୟ ପାକିସ୍ତାନ ଫେରି ଆସିବାକୁ କୁହାଯାଇଥିଲା। କେବଳ ଏତକି ନୁହେଁ ପାକିସ୍ତାନ ଅଗଷ୍ଟ ୧୫କୁ କଳା ଦିବସ ଓ ଅଗଷ୍ଟ ୧୪କୁ ବୀରତା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛି।

Spread the love
Categories
ମନୋରଞ୍ଜନ

RELATED BY