ଚୋରି ଭୟରେ ପାକିସ୍ତାନରେ ଟମାଟୋ ଖେତ ଜଗୁଛନ୍ତି ବନ୍ଧୁକଧାରୀ

ନୂଆଦିଲ୍ଲୀ: ଏବେ ସାରା ବିଶ୍ବରେ ଚର୍ଚ୍ଚା ହେଉଛି ଯେ ପାକିସ୍ତାନରେ ଟମାଟୋ ଦର ଏବେ କିଲୋ ପିଛା ତିନି ଶହ ଟପିଲାଣି। ପାକିସ୍ତାନର ଚାଷୀମାନଙ୍କର ଭୟ କାଳେ କେହି ସେମାନଙ୍କ ଟମାଟୋ ଚୋରି କରି ନେଇଯିବ। ଏହାକୁ ଦୃଷ୍ଟିରେ ରଖି ଟମାଟୋ ଚାଷୀମାନେ ନିଜ ଫସଲକୁ ଜଗିବା ପାଇଁ ବନ୍ଧୁକଧାରୀ ଗାର୍ଡ ନିୟୋଜିତ କରୁଥିବା ବିଷୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଲୋକେ ଏହାକୁ ନେଇ ଭିନ୍ନ ଭିନ୍ନ ଟିପ୍ପଣୀ ଦେଉଛନ୍ତି । ଭାରତ ସହ ସମ୍ପର୍କ ଖରାପ ହେବାପରେ କରାଚି ସହରରେ ଟମାଟୋ ୩୨୦ ଟଙ୍କାରେ ବିକ୍ରି ହେଉଛି । ଖାଲି ସେତିକି ନୁହେଁ, ପାକିସ୍ତାନରେ ଟମାଟୋ ଚୋରି ଘଟଣା ମଧ୍ୟ ବଢିବାରେ ଲାଗିଛି । ନିକଟରେ ସିନ୍ଧ ପ୍ରାନ୍ତରେ ଏକ ଟମାଟୋ ଟ୍ରକ ଲୁଟ ହେବା ପରେ ଚାଷୀ ଓ ବ୍ୟବସାୟୀମାନେ ଟମାଟୋ ଜଗିବା ପାଇଁ ଗାର୍ଡ ନିଯୁକ୍ତ କରିଥିବା କୁହାଯାଉଛି। ସୋସିଆଲ ମିଡିଆରେ ଟମାଟୋକୁ ନେଇ ଟିପ୍ପଣୀ ଦେଇ ଅନେକ କହୁଛନ୍ତି ଏବେ ସବୁଠୁ ଭଲ ଉପହାର ହେଉଛି ଟମାଟୋ।