ଆମେରିକାରେ ଇମ୍ରାନ, ହୋଟେଲ ପରିବର୍ତ୍ତେ ପାକ ଦୂତାବାସରେ ରହିଲେ

ନ୍ୟୁୟର୍କ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଆଜି ଆମେରିକାରେ ପହଞ୍ଚିଛନ୍ତି। ତିନି ଦିନିଆ ଆମେରିକା ଗସ୍ତରେ ଥିବା ଇମ୍ରାନ୍ ଖାନ୍ ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଭେଟଘାଟ ସମୟରେ ଦୁଇ ଦେଶ ମଧ୍ୟରେ...

ନ୍ୟୁୟର୍କ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଆଜି ଆମେରିକାରେ ପହଞ୍ଚିଛନ୍ତି। ତିନି ଦିନିଆ ଆମେରିକା ଗସ୍ତରେ ଥିବା ଇମ୍ରାନ୍ ଖାନ୍ ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଏହି ଭେଟଘାଟ ସମୟରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଚୁକ୍ତି ବାବଦରେ ଆଲୋଚନା ହେବ।ପୂର୍ବରୁ ଆତଙ୍କବାଦଙ୍କୁ ନେଇ ଆମେରିକା ପାକିସ୍ତାନକୁ ଚେତାବନୀ ଦେଇସାରିଛି। ତେଣୁ ଏହି ଦ୍ୱିପାକ୍ଷିକ ଆଲୋଚନା ବେଳେ ଇମ୍ରାନ୍ ଖାନଙ୍କୁ ଟ୍ରମ୍ପ କେଉଁ ବାର୍ତ୍ତା ଦେବାକୁ ଯାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏହାପରେ ମଙ୍ଗଳବାର ଦିନ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓଙ୍କୁ ଇମ୍ରାନ ଖାନ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଆର୍ଥିକ ସଙ୍କଟ ଦେଇ ଗତିକରୁଥିବାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ହୋଟେଲ ପରିବର୍ତ୍ତେ ଆମେରିକାରେ ଥିବା ପାକିସ୍ତାନର ଦୂତବାସର ରାଷ୍ଟ୍ରଦୂତ ଅଜଦ ମଜିଦ ଖାନଙ୍କ ଘରେ ରହିବେ।ଇମ୍ରାନ୍  କାତାରର ଏକ ବିମାନରେ ଆସି ଆମେରିକାରେ ପହଞ୍ଚିଥିଲେ। ଆଗରୁ ପହଞ୍ଚିଥିବା ପାକ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ।

୨୦୧୫ରେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନଓ୍ୱାଜ ଶରିଫ୍ ଆମେରିକା ଆସିଥିଲେ। ଦୀର୍ଘ ୪ ବର୍ଷ ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଆମେରିକା ଆସୁଥିବାରୁ ସେଠାରେ ଥିବା ପାକିସ୍ତାନୀ ନାଗରିକଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି। ଆଜି ଓ୍ନ ଏରିନାରେ ଇମ୍ରାନ ହଜାର ହଜାର ପାକିସ୍ତାନୀ ଆମେରିକୀୟଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

Spread the love
Categories
ଦେଶ-ବିଦେଶ

RELATED BY