ସ୍ୱୀକାର କଲେ ଇମରାନ: ଆତଙ୍କବାଦୀଙ୍କୁ ତିଆରି କରିଛି ପାକିସ୍ତାନ

ଇସଲାମବାଦ:ଆତଙ୍କବାଦର ପୃଷ୍ଠପୋଷକ ସାଜିଥିବା ପାକିସ୍ତାନ ପୁଣିଥରେ ଆତଙ୍କବାଦ ସହ ସଂପର୍କର ଖୁଲାସା କରିଛି । ଆତଙ୍କୀ ସଂଗଠନ ମୁଜାହୁଦ୍ଦୀନକୁ ପାକିସ୍ତାନ ପ୍ରଶିକ୍ଷଣ ଦେବା ସହ ନିଜର ଅର୍ଥବ୍ୟବସ୍ଥାର ୧୦୦ ବିଲିୟନ ଡଲାର ଅର୍ଥାତ ୭ଲକ୍ଷ କୋଟି ଏହି ଉଦ୍ଦେଶ୍ୟରେ ଖର୍ଚ୍ଚ କରିଛି । ପାକିସ୍ତାନ ଗୃହମନ୍ତ୍ରୀଙ୍କ ପରେ ପ୍ରଧାନମନ୍ତ୍ରୀ ଇମରାନ ଖାନ ଆତଙ୍କବାଦୀଙ୍କୁ ଶରଣ ଦେଉଥିବା ସ୍ୱୀକାର କରିଛନ୍ତି । ଏହା ସୋଭିଏତ ବିରୋଧରେ ଜିହାଦ କରିଥିବା ଯାହାକୁ ଆମେରିକାର ସିଆଇଏ ଫଣ୍ଡିଂ ଦେଉଥିବା ସେ କହିଛନ୍ତି ।

ଏକ ଋଷୀୟ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଇମରାନ କହିଛନ୍ତି ଯେ, ୮୦ ଦଶକରେ ସୋଭିଏତ ଆଫଗାନିସ୍ତାନ ଉପରେ କବଜା କରିଥିଲା । ଏହାପରେ ପାକିସ୍ତାନ ମୁଜାହୁଦ୍ଦୀନ ଲୋକଙ୍କୁ ଏହା ବିରୋଧରେ ପ୍ରଶିକ୍ଷଣ ଦିଆଯାଇଥିଲା । ଯାହାକୁ ଆମେରିକାର ସିଆଇଏ ସମର୍ଥନ କରିଥିଲା । ଏବେ ଏକ ଦଶକ ପରେ ଆମେରିକା ଆଫଗାନିସ୍ତାନରେ ପହଁଚିଥିଲା । ଏହାପରେ ସେମାନେ ଆମେରିକାକୁ ମଧ୍ୟ ବିରୋଧ କରିଥିଲେ । ସେମାନେ ଜିହାଦରୁ ଆତଙ୍କବାଦୀ ହୋଇଯାଇଥିଲେ । ଏଥିରେ ସାମିଲ ହୋଇଥିବା ସମୁହ ପାକିସ୍ତାନୀ ବିରୋଧୀ ମଧ୍ୟ ହୋଇଯାଇଥିଲେ । ଏଥିପାଇଁ ଆମେ ପ୍ରାୟ ୭୦ହଜାର ଲୋକଙ୍କୁ ହରାଇଲୁ । ଏହା ଉପରେ ପ୍ରାୟ ୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଶେଷରେ ଆମେରିକା ପାକିସ୍ତାନ ଉପରେ ଆଫଗାନିସ୍ତାନରେ ଅସଫଳ ହୋଇଥିବା ଅଭିଯୋଗ କରିଥିଲା ।

ଗୁରୁବାର ଦିନ ପାକ୍ ଗୃହ ମନ୍ତ୍ରୀ ଏଜାଜ ଅହମ୍ମଦ ସ୍ୱୀକାର କରିଥିଲେ ଯେ, ପାକିସ୍ତାନ ଆତଙ୍କବାଦୀ ସଂଗଠନ ଜମାତ-ଉଦ-ଦାବା ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି । ସେମାନଙ୍କୁ ମୁଖ୍ୟଧାରାରେ ସାମିଲ କରିବା ପାଇଁ ଇମରାନ ସରକାର ଏହି ଅର୍ଥ ଖର୍ଚ କରିଥିଲେ । ଏହି ଆତଙ୍କବାଦୀମାନେ ପାକିସ୍ତାନ ଇସାରାରେ ଆଫଗାନିସ୍ତାନରେ ଲଢୁଥିଲେ ।