ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଁଣ୍ଡିରେ ରହିବେ ୧୫୦ ସେବାୟତ

ପୁରୀ: ସ୍ନାନଯାତ୍ରାରେ ପହଣ୍ଡିବେଳେ ଦଇତାପତି ସେବକଙ୍କ ସଂଖ୍ୟା ହ୍ରାସ କରାଯାଇଛି । ଚତୁର୍ଧାମୂର୍ତ୍ତିଙ୍କ ପହଣ୍ଡିରେ ରହିବେ ୧୫୦ ଜଣ ଦଇତା । ଜଗନ୍ନାଥଙ୍କ ପାଇଁ ୬୦ଜଣ, ବଳଭଦ୍ରଙ୍କ ପାଇଁ ୫୦ ଜଣ ଓ ଦେବୀ ସୁଭଦ୍ରାଙ୍କ ପାଇଁ ୩୦ ଓ ସୁଦର୍ଶନଙ୍କ ପାଇଁ ୧୦ ଜଣ ଦଇତାପତି ରହିବେ । ସତ୍ୱଲିପିକୁ ଆଧାର କରି ସେବାୟତ ତାଲିକା ପ୍ରସ୍ତୁତ କରାଯାଇଛି । ଦଇତାପତି ନିଯୋଗ ଏହି ତାଲିକା ପ୍ରସ୍ତୁତ କରିଛି । ଆଜି ଶ୍ରୀମନ୍ଦିର ପ୍ରଶାସନକୁ ନିଯୋଗ ଦଇତାପତିଙ୍କ ତାଲିକା ପ୍ରଦାନ କରିବ । ସ୍ନାନମଣ୍ଡପରେ ଠାକୁରଙ୍କ ଆଗରେ କେତେଜଣ ସେବାୟତ ରହିବେ ତାହା ନିଯୋଗ ପରେ ନିଷ୍ପତି ନେବ । ମହାପ୍ରଭୁଙ୍କ ଦର୍ଶନ ପାଇଁ ସମସ୍ତ ସେବାୟତ ହକଦାର ବୋଲି କହିଛି ଦଇତାପତି ନିଯୋଗ ।

ପୁରୀରେ ପୁଲିସ ମହାନିର୍ଦେଶକ ଅଭୟ କୁମାର । ସ୍ନାନ ପୂର୍ଣ୍ଣିମା ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ଡିଜିପି । ରିଜର୍ଭ ପୁଲିସ କାର୍ଯ୍ୟାଳୟକୁ ଜିଲ୍ଲା ପୁଲିସ ଅଫିସକୁ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ପରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ କେନ୍ଦ୍ରାଂଚଳ ଡିଆଇଜି ଆଶିଷ ସିଂ, ଏସପି ଉମାଶଙ୍କର ଦାସଙ୍କ ଉପସ୍ଥିତିରେ ସ୍ନାନ ପୂର୍ଣ୍ଣିମା ସୁରକ୍ଷା ସଂପର୍କରେ ଆଲୋଚନା କରିଛି ପୁଲିସ ଡିଜି ଅଭୟ । ସ୍ନାନ ପୂର୍ଣ୍ଣିମା ସୁରକ୍ଷା ସହ ଜିଲ୍ଲାର ବିଭିନ୍ନ ଥାନାରେ କରୋନା ସଚେତନତା କାର୍ଯ୍ୟକ୍ରମର ମଧ୍ୟ ଅନୁଧ୍ୟାନ କରିଛନ୍ତି ଡିଜିପି । ଆସନ୍ତା ୩୦ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ସରିବ । ଏହାପରେ ଯଦି ଲକଡାଉନ୍ ୫ ଆସେ ତେବେ ସେହି ଅନୁସାରେ ସୁରକ୍ଷା ବ୍ୟବସ୍ଥାର ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଡିଜିପି ଅଭୟ ।