ପଦ୍ମଶ୍ରୀ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅସୁସ୍ଥ

ନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଅସୁସ୍ଥ । ନିଶ୍ୱାସ ନେବାରେ ସମସ୍ୟାକୁ ନେଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ‘X’ରେ ନିଜ ଅସୁସ୍ଥତା ବାବଦରେ ସୂଚନା ଦେଲେ ସୁଦର୍ଶନ।

ସେ ଲେଖିଛନ୍ତି ଯେ, ‘ପୋଷ୍ଟ କୋଭିଡ୍ ଯୋଗୁଁ ହୋଇଥାଇପାରେ, ମୋତେ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେଉଛି, ଫଳରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛି । ସେଠାରେ ଡାକ୍ତରମାନେ ମୋର ଯତ୍ନ ନେଉଛନ୍ତି ।’