ବିଶିଷ୍ଟ ଚିତ୍ରକାର, ଲେଖକ ତଥା ପଦ୍ମ ବିଭୂଷଣ ସତୀଶ ଗୁଜରାଲଙ୍କ ପରଲୋକ

ନୂଆଦିଲ୍ଲୀ: ବିଶିଷ୍ଟ ଚିତ୍ରକାର, ଲେଖକ ତଥା ପଦ୍ମ ବିଭୂଷଣ ସତୀଶ ଗୁଜରାଲଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ହୋଇଥିଲା ।ସେ ଅନେକ ରୋଗରେ ଆକ୍ରାନ୍ତ ଥିଲେ।ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଆଇ.କେ. ଗୁଜରାଲଙ୍କ ସାନ ଭାଇ ଥିଲେ। ଏହା ସହିତ କଳା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ୧୯୯୯ରେ ପଦ୍ମ ବିଭୂଷଣରେ ସମ୍ନାନିତ କରିଥିଲେ। ୧୯୨୫ରେ ଲାହୋରରେ ଜନ୍ମିତ ଗୁଜରାଲ ଦେଶ ବିଭାଜନ ପରେ ଶିମଲା ଚାଲିଯାଇଥିଲେ। ସେଠାରେ ସେ ଚିତ୍ରକାର ଜୀବନ ଆରମ୍ଭ କରିଥିଲେ। ସେ କିରଣ ଗୁଜରାଲଙ୍କ ବିବାହ କରିଥିଲେ। ଉତ୍କୃଷ୍ଟ ଚିତ୍ରକଳା ପାଇଁ ତାଙ୍କୁ ମେକ୍ସିକୋର ‘ଲିୟୋନାର୍ଡୋ ଦା ଭିନ୍ସି’ ଏବଂ ବେଲଜିୟମ ରାଜାଙ୍କ ‘ଅର୍ଡର ଅଫ କ୍ରାଉନ’ ସମ୍ମାନରେ ସମ୍ମାନିତ ହୋଇଥିଲେ।

ସତୀଶଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି। ନିଜ ଟୁଇଟରେ ମୋଦୀ ସତୀଶଙ୍କୁ ଜଣେ ବହୁମୁଖୀ ପ୍ରତିଭାର ଚେହେରା ବୋଲି କହିଛନ୍ତି। ସେ ତାଙ୍କ ସୃଜନଶୀଳତା ପାଇଁ ସର୍ବଦା ପ୍ରଶଂସିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।