ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ବା ଲିଙ୍ଗରାଜ ମନ୍ଦିରର ପାରିପାଶ୍ୱର୍ିକ ବିକାଶ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ପ୍ୟାକେଜ ଘୋଷଣା କରିଛନ୍ତି । ଏହି ସ୍ୱତନ୍ତ୍ର ପ୍ୟାକେଜରେ ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ୫କୋଟି ଟଙ୍କା ଘୋଷଣା କରିଛନ୍ତି । ପାରିପାଶ୍ୱର୍ିକ ବିକାଶ ନିମନ୍ତେ ଲିଙ୍ଗରାଜ ମନ୍ଦିରର ଭଜନ ମଣ୍ଡପ ଓ ଏକାମ୍ର ସାଂସ୍କୃତିକ ପ୍ରକାଶନୀ କୋଠାକୁ ଭଙ୍ଗାଯିବ । ମାତ୍ର ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ଲିଙ୍ଗରାଜ ମନ୍ଦିରର ପାରିପାଶ୍ୱର୍ିକ ବିକାଶ ନିମନ୍ତେ ଲିଙ୍ଗରାଜ ମନ୍ଦିରର ଭଜନ ମଣ୍ଡପ ଓ ଏକାମ୍ର ପ୍ରକାଶନୀ ପାଇଁ ନୂଆ କୋଠା ନିର୍ମାଣ କରାଯିବା ସହ ଲିଙ୍ଗରାଜ ରିସର୍ଚ୍ଚ ସେଂଟର ପାଇଁ ମଧ୍ୟ କୋଠା ନିର୍ମାଣ କରାଯିବ। ଏକ ୱାଚ ଟାୱାର ମଧ୍ୟ ନିର୍ମାଣ ହେବ। ସୂଚନାଯୋଗ୍ୟ, ୬୬ଏକର ପରିବ୍ୟାପ୍ତ ଏକାମ୍ର କ୍ଷେତ୍ରର ବିକାଶ ଯୋଜନା ପାଇଁ ସରକାର ଏବେ ଲିଙ୍ଗରାଜ ମନ୍ଦିର ପାରିପାଶ୍ୱର୍ରେ ଥିବା ବେଆଇନ ନିର୍ମାଣକୁ ଉଚ୍ଛେଦ କରିବାରେ ଲାଗିଛନ୍ତି। ଏହାସହିତ ଲିଙ୍ଗରାଜ ଥାନାକୁ ଉଚ୍ଛେଦ ପରେ ଏବେ ଭଜନ ମଣ୍ଡପ ଭାଙ୍ଗିବାକୁ ନିଷ୍ପତି ନେଇଛନ୍ତି।