କ୍ୱାର୍ଟର ଫାଇନାଲରେ ସିନ୍ଧୁ

ଗୁଆହାଟି: ଆୟୋଜିତ ହୋଇଛି ୮୩ତମ ସିନିୟର ନ୍ୟାସନାଲ ବ୍ୟାଡମିଂଟନ ଚାମ୍ପିଅନ୍ସିପ୍ । ଏଥିରେ ଅଲିମ୍ପିକ ରୌପ୍ୟ ପଦକଧାରୀ ପିଭି ସିନ୍ଧୁ ଗୁରୁବାର ବିଜୟର ଏକପାଦ ଆଗକୁ ବଢ଼ି କ୍ୱାର୍ଟର ଫାଇନାଲରେ ପହଂଚିଛନ୍ତି । ସେ ପ୍ରଥମ ରାଉଣ୍ଡରେ ନାଗପୁର ମାଲବିକା ବାସୋଦଙ୍କୁ ହରାଇ ମହିଳା ସିଙ୍ଗଲ୍ସ ବର୍ଗରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୂର୍ବତନ ଚାମ୍ପିୟନ ସିନ୍ଧୁ ୨୧-୧୩, ୨୧-୧୩ ଗେମ୍‌ରେ ଗୁରୁବାର ଖେଳାଯାଇଥିବା ମୁକାବିଲାକୁ ଜିତି ନେଇଛନ୍ତି।