ଏମ୍ସ ଗଲେ ଚିଦାମ୍ବରମ୍‌

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କୁ ନୂଆଦିଲ୍ଲୀର ଏମ୍ସ ନିଆଯାଇଛି। ତାଙ୍କ ପେଟରେ ଯନ୍ତ୍ରଣା ହେବାନେଇ ସେ ସୂଚନା ଦେବାପରେ ତାଙ୍କୁ ଏମ୍ସ ପଠାଯାଇଛି। ତାଙ୍କର ମେଡିକାଲ ଚେକ୍‌ଅପ୍‌ ହେବାନେଇ ସୂଚନା ରହିଥିଲେ ମଧ୍ୟ ସେ ଏମ୍ସରେ ଭର୍ତ୍ତି ହୋଇଥିବା ନେଇ କିଛି ସ୍ପଷ୍ଟ ସୂଚନା ନାହିଁ।

ଗତ ଅଗଷ୍ଟ ୨୧ ପରଠାରୁ ଚିଦାମ୍ବରମ୍‌ ସିବିଆଇ ହେପାଜତରେ ଅଛନ୍ତି। ସେ ବର୍ତ୍ତମାନ ଦିଲ୍ଲୀର ତିହାର ଜେଲରେ ଅଛନ୍ତି।
ସୂଚନାଯୋଗ୍ୟ ଯେ, ଚିଦାମ୍ବରମ୍‌ ଦଶହରା ଜେଲ୍‌ରେ ହିଁ କାଟିବେ। କାରଣ ଅକ୍ଟୋବର ୧୫ ଯାଏ ଚିଦାଙ୍କୁ ଜାମିନ୍‌ ମିଳିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଚିଦାଙ୍କ ଜାମିନ ଆବେଦନ ଉପରେ ପକ୍ଷ ରଖିବା ପାଇଁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି।

ସିବିଆଇ ଆସନ୍ତା ୧୪ ତାରିଖ ମଧ୍ୟରେ ଏହାର ଜବାବ ରଖିବ। ସିବିଆଇ ଜବାବ ରଖିବା ପରେ ଏହାକୁ ଚିଦାଙ୍କ ଓକିଲଙ୍କୁ ଦିଆଯିବ। ଚିଦାଙ୍କ ଓକିଲ ଏହାକୁ ପଢ଼ି ୧୫ ତାରିଖରେ ହେବାକୁ ଥିବା ଶୁଣାଣି ବେଳେ ନିଜର ପକ୍ଷ ରଖିବେ। ସୁପ୍ରିମକୋର୍ଟଙ୍କ ଏଭଳି ରୁଲିଂର ଅର୍ଥ ଦଶହରା ବେଳେ ଚିଦାଙ୍କୁ ତିହାର ଜେଲରେ ହିଁ ରହିବାକୁ ପଡ଼ିବ।