ପ୍ୟାରିସ୍: କରୋନା ମହାମାରୀ ଯୋଗୁଁ ୧୯୩୦ ଦଶକର ମହାବାତ୍ୟା ପରି ବିଶ୍ୱ ଅର୍ଥନୀତି ଅନ୍ୟ ଏକ ବଡ଼ ବିପର୍ୟ୍ୟୟର ସମ୍ମୁଖୀନ ହୋଇଛି ବୋଲି ବିଭିନ୍ନ ଆନ୍ତର୍ଜାତୀୟ ସଂଗଠନ ଚେତାବନୀ ଦେଇଛନ୍ତି।
ଏକ ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ସଂଗଠନ ଅକ୍ସଫାମଙ୍କ ଅନୁଯାୟୀ, କରୋନା ମହାମାରୀ ହେତୁ ୧୯୯୦ ପରଠାରୁ ପ୍ରଥମ ଥର ପାଇଁ ଦାରିଦ୍ର୍ୟ ବୃଦ୍ଧି ପାଇବ। ପ୍ରାୟ ୫୦ କୋଟିରୁ ୯୨ କୋଟି ଲୋକ ଦାରିଦ୍ର ସୀମାରେଖା ତଳେ ରହିବେ। ଲକ୍ଷ ଲକ୍ଷ ଲୋକ ବେକାର ରହିବେ। ଏପରିକି କେତେକ ଦେଶ ପୁନର୍ବାର ଗରିବ ହୋଇଯିବେ। ଏହି ସଂଗଠନ ଅନୁଯାୟୀ, ବିଶ୍ୱ ର ପ୍ରାୟ ୯୨ କୋଟି ଲୋକ ଗୁରୁତର ସଙ୍କଟ ସମୟରେ ଦାରିଦ୍ର ତଥା ଭୋକର ସମ୍ମୁଖୀନ ହୋଇପାରନ୍ତି। ଦିନକୁ ମାତ୍ର ୫.୫ ଡଲାରରେ ରହୁଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୪୦୦ ବିଲିୟନକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ସେ କ୍ଷେତ୍ରରେ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ କ୍ଷତିଗ୍ରସ୍ତ ହେବେ । କାରଣ ଅଧିକାଂଶ କ୍ଷେତ୍ରରେ ମହିଳାମାନେ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରନ୍ତି। ଅକ୍ସଫାମ କହିଛନ୍ତି ଯେ ସମଗ୍ର ବିଶ୍ୱରେ ଏହି ସଙ୍କଟର ମୁକାବିଲା ପାଇଁ ଏକାଠି ହେବା ଆବଶ୍ୟକ।