ମେ’ ୧୨ରୁ ଚାଲିବ ଟ୍ରେନ

ନୂଆଦିଲ୍ଲୀ: ମେ’ ୧୨ରୁ ଟ୍ରେନ୍ ଚାଲିବା ନେଇ ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏ ନେଇ ଆସନ୍ତାକାଲି ଅପରାହ୍ନ ୪ଟାରୁ ଟିକେଟ ବୁକିଂ ଆରମ୍ଭ ହେବ । ଆଇଆରସିଟିସି ୱେବସାଇଟରେ ବୁକିଂ ହେବା ନେଇ ସୂଚନା ମିଳିଛି । ୧୨ରୁ ଟ୍ରେନଗୁଡ଼ିକ ଦିବୃଗଡ଼, ଅଗରତଲା, ହାଓଡା, ପାଟଣା, ବିଳାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ତିରୁଅନନ୍ତପୁରମ, ମଣ୍ଡଗାଓ, ମୁମ୍ବାଇ ସେଣ୍ଟ୍ରାଲ, ଅହମଦାବାଦ ଓ ଜମ୍ମୁ ଅଭିମୁଖେ ଚାଲିବ ।

ଭାରତୀୟ ରେଳବାଇ ପକ୍ଷରୁ କୁହାଯାଇଛି ଯେ, ଟିକେଟ କାଉଣ୍ଟର ଖୋଲିବ ନାହିଁ । ପ୍ଲାଟଫର୍ମ ଟିକେଟ ସହିତ କୌଣସି କାଉଣ୍ଟରରେ ଟିକେଟ ମିଳିବ ନାହିଁ । ଯାତ୍ରୀଙ୍କୁ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବାକୁ ପଡ଼ିବ । ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ କରାଯିବ । ସ୍କ୍ରିନିଂ ପରେ ଯେଉଁମାନଙ୍କ ଠାରେ କୌଣସି ଲକ୍ଷଣ ନ ଥିବା କେବଳ ସେମାନଙ୍କୁ ହିଁ ଟ୍ରେନରେ ଚଢ଼ିବାକୁ ଅନୁମତି ମିଳିବ ।

ଏହା ପରେ ରେଳବାଇ ଧୀରେ ଧୀରେ ଅନ୍ୟ ରୁଟରେ ମଧ୍ୟ ସ୍ୱତନ୍ତ୍ର ଟ୍ରେନ ସେବା ଆରମ୍ଭ କରିବ । ଏଥି ପାଇଁ ଅନଲାଇନ ଟିକେଟ ଆଇଆରସିଟିସି ଜରିଆରେ ଟିକେଟ ବୁକ କରାଯାଇପାରିବ । ଯାତ୍ରୀ ଭଡ଼ାରେ କୌଣସି ପରିବର୍ତ୍ତନ ଅଣାଯାଇ ନାହିଁ । ରେଳବାଇ ପକ୍ଷରୁ କୁହାଯାଇଛି ଯେ, ଯାତ୍ରା ପୂର୍ବରୁ ସମସ୍ତ ଥର୍ମାଲ ସ୍କ୍ରିନିଂ କରାଯିବ । ସେହିଭଳି ଯେଉଁମାନଙ୍କର ସୁନିଶ୍ଚିତ ଟିକେଟ ହେବ, ସେମାନେ କେବଳ ଯାତ୍ରା କରିପାରିବେ ।