ଏସି, କୁଲର ଓ ଫ୍ୟାନ୍ ଚଲାଇବା ନେଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଜାରି

ନୂଆଦିଲ୍ଲୀ: କରୋନାକୁ ନେଇ ଏୟାର କଣ୍ଡିସନର(ଏସି), କୁଲର ଓ ଫ୍ୟାନ୍ ଚଲାଇବା ନେଇ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଇଣ୍ଡିଆନ୍ ସୋସାଇଟି ଅଫ୍ ହିଟିଂ ରେଫ୍ରିଜରେଟିଂ ଏବଂ ଏୟାର କଣ୍ଡିସନର ଇଞ୍ଜିନିୟର୍ସ (ଆଇଏସଏଚଆରଏଇ) ଦ୍ୱାରା ପ୍ରସ୍ତୁତ କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ଘରେ ଏସି ଚଳାଇବା ସମୟରେ ୨୪-୩୦ ଡିଗ୍ରୀ ସେଂଟ୍ରିଗେଡ୍ ମଧ୍ୟରେ ତାପମାତ୍ରା ବଜାୟ ରଖିବା ଉଚିତ୍ । ଆପେକ୍ଷିକ ଆର୍ଦ୍ରତା ସ୍ତର ୪୦ରୁ ୭୦ପ୍ରତିଶତ ରହିବା ସବୁଠାରୁ ଉପଯୁକ୍ତ ବୋଲି ବିବେଚନା କରାଯାଏ।

ଏୟାର କଣ୍ଡିସନର:
-୨୪°ସେଂଟ୍ରିଗେଡ୍ ରୁ ୩୦°ସେଂଟ୍ରିଗେଡ୍ ମଧ୍ୟରେ କୋଠରୀ ତାପମାତ୍ରା ସ୍ଥିର କରନ୍ତୁ ଏବଂ ୪୦% ରୁ ୭୦% ମଧ୍ୟରେ ଆପେକ୍ଷିକ ଆର୍ଦ୍ରତା ବଜାୟ ରଖନ୍ତୁ। ଆର୍ଦ୍ର ଜଳବାୟୁରେ ତାପମାତ୍ରା ଆର୍ଦ୍ରତା ପାଇଁ ୨୪° ସେଂଟ୍ରିଗେଡ୍ ଏବଂ ଶୁଖିଲା ଜଳବାୟୁରେ ୩୦° ସେଂଟ୍ରିଗେଡ୍ କିମ୍ବା ପାଖାପାଖି ସ୍ଥିର କରନ୍ତୁ । ବାୟୁ ଚଳାଚଳ ବୃଦ୍ଧି ପାଇଁ ଫ୍ୟାନ ବ୍ୟବହାର କରନ୍ତୁ ।
-ଶୁଖିଲା ଜଳବାୟୁରେ, ଆପେକ୍ଷିକ ଆର୍ଦ୍ରତା ୪୦% ତଳକୁ ଖସିବାକୁ ଦିଅନ୍ତୁ ନାହିଁ ।
-ସ୍ୱଚ୍ଛ ବାୟୁ ଗ୍ରହଣ କରିବା ପାଇଁ ରୋଷେଇ ଘର, ଶୌଚାଳୟ ଏବଂ ଘରର ଅନ୍ୟ ସ୍ଥାନରେ ଲାଗିଥିବା ନିଷ୍କାସିତ ଫ୍ୟାନକୁ ଚାଲୁ ରଖିବା ଜରୁରୀ ।

କୁଲର୍:
-ବାଷ୍ପୀକରଣ କୁଲରଗୁଡିକରେ ଭଲ ଭେଣ୍ଟିଲେସନ୍ ନିଶ୍ଚିତ କରିବାକୁ ବାହ୍ୟ ବାୟୁ ଟାଣିବା ଆବଶ୍ୟକ ।
-ବାଷ୍ପୀକରଣ କୁଲର ଟ୍ୟାଙ୍କଗୁଡ଼ିକୁ ସଫା ରଖିବା ଆବଶ୍ୟକ ଏବଂ ଜଳ ବାରମ୍ବାର ନିଷ୍କାସିତ କରି ରିଫିଲ୍ କରିବା ଆବଶ୍ୟକ ।
-ଆର୍ଦ୍ର ବାୟୁ ମୁକ୍ତ କରିବାକୁ ଝରକା ଖୋଲା ରଖିବା ଜରୁରୀ ।

ଫ୍ୟାନ:
-ଆଂଶିକ ଖୋଲା ରଖାଯାଇଥିବା ଝରକା ସହିତ ଫ୍ୟାନ ଚଲାଇବା ଉଚିତ୍ ।
-ଯଦି ଏକ ନିଷ୍କାସିତ ଫ୍ୟାନ୍ ପାଖରେ ରହିଛି ତେବେ ଉନ୍ନତ ଭେଣ୍ଟିଲେସନ୍ ପାଇଁ ଏହାକୁ ଚାଲୁ ରଖିବା ଆବଶ୍ୟକ ।