ମହିଳାଙ୍କର ପ୍ଲାଟଫର୍ମରେ ଟ୍ରେନରୁ ଖସି ଯାଉଥିବା ଗୋଡ, ବଂଚାଇଲେ କନେଷ୍ଟବଳ

ଭୁବନେଶ୍ବର: ପ୍ଲାଟଫର୍ମରେ କନେଷ୍ଟବଳଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ମରଣ ମୁହଁରୁ ଅଳ୍ପକେ ବର୍ତିଗଲେ ଯୁବତୀ । ଘଟଣାଟି ଘଟିଛି ଭୁବନେଶ୍ବର ଏକ ନମ୍ବର ପ୍ଲାଟଫର୍ମରେ ।

ଶନିବାର ସନ୍ଧ୍ୟା ୫ଟା ୩୪ରେ ଟ୍ରେନ ନମ୍ବର-18304 ପୁରୀ-ସମ୍ବଲପୁର ଇଂଟରସିଟି ଯୋଗେ ଭୁବନେଶ୍ବରରୁ ମେରାମଣ୍ଡଳି ଯିବା ପାଇଁ ନିବେଦିତା ସାହୁ ନାମକ ଜଣେ ଯୁବତୀ ନିଜ ଭାଇ ସହ ଟ୍ରେନରେ ଚଢୁଥିଲେ । ମାତ୍ର ଅସାବଧାନତା ଯୋଗୁଁ ଟ୍ରେନରୁ ତାଙ୍କ ଗୋଡ ଖସି ଯାଇଥିଲା । ସେହି ସମୟରେ ଡ୍ୟୁଟିରେ ଥିବା ସୁବ୍ରତ କୁମାର ମହାରଣା ନାମକ ଜଣେ କନେଷ୍ଟବଳ ତାଙ୍କୁ ଉଦ୍ଧାର କରିଥିଲେ । ଏବେ ଯୁବତୀ ଜଣକ ସୁସ୍ଥ ଥିବା ବେଳେ କନେଷ୍ଟବଳଙ୍କ ସାହାସ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ତେବେ ସୁବ୍ରତ ୨୦୧୫ରୁ ପ୍ଲାଟଫର୍ମ କନେଷ୍ଟବଳ ଭାବେ କାର୍ଯ୍ୟ କରି ଆସୁଛନ୍ତି । ସେହିପରି ନିବେଦିତା ରବିବାର ନିଜ ନିର୍ବନ୍ଧ ପାଇଁ ମେରାମଣ୍ଡଳି ଯାଉଥିବା ଜଣାପଡିଛି ।