ଖୋର୍ଦ୍ଧା: ବାଙ୍କୀରେ ଭୟାନକ ହତ୍ୟାକାଣ୍ଡ । ଜନୈକ କାର୍ଯ୍ୟରତ ଜଣେ ସାମ୍ବାଦିକ ଓ ଖଜୁରିପଦା ଗ୍ରାମ ପଂଚାୟତ ସରପଂଚଙ୍କ ସ୍ବାମୀକୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ। ବାଙ୍କୀ ମେଡ଼ିକାଲରେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିବାବେଳେ ସହଯୋଗୀ ତଥା ସରପଂଚଙ୍କ ସ୍ବାମୀଙ୍କର କଟକ ଏସସିବିରେ ମୃତ୍ୟୁ ଘଟିଛି ।
ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ପ୍ରଥମେ ସାମ୍ବାଦିକ ଆଦିତ୍ୟ ରଣସିଂହଙ୍କୁ ଗୁରୁତର ଭାବେ ବାଙ୍କୀ ଚିକିତ୍ସାଳୟକୁ ପଠାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ସେହିପରି ସରପଂଚଙ୍କ ସ୍ବାମୀ ଭଗବାନ ସ୍ବାଇଁଙ୍କର କଟକ ବଡ ମେଡିକାଲରେ ମୃତ୍ୟୁ ଘଟିଛି।
ଘଟଣା ସ୍ଥଳରେ ବାଙ୍କୀ ଓ ବୈଦେଶ୍ବର ପୋଲିସ ପହଁଚିବା ସହ ତଦନ୍ତ ଚଳାଇଛନ୍ତି । ସୂଚନା ଥାଉକି ବାଙ୍କୀରୁ ଫେରୁଥିବା ସମୟରେ ଯୋକଲାଞ୍ଜି ଡ୍ୟାମ ପାଖରେ କିଛି ଦୁର୍ବୃତ୍ତ ଲୁଚି ରହି ଯୋଜନା ରଚିଥିଲେ । ଗଛରେ ତାରବାନ୍ଧି ରଖିଥିଲେ ଦୁର୍ବୃତ । ଉଭୟ ଆଦିତ୍ୟ ରଣସିହଂ ଏବଂ ଭଗବାନ ସ୍ବାଇଁ ଯିବା ବେଳେ ତାରଟାଣି ଥିଲେ ଫଳରେ ଉଭୟ ଗାଡିରୁ ପଡିଯାଇଥିଲେ । ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହିତ ଉଭୟଙ୍କ ଗୋଡକୁ ହାଣି ଦୁଇଖଣ୍ତ କରି ଦୁର୍ବୃତମାନେ ଫେରାର ହୋଇଯାଇଥିଲେ ।