ନୂଆଦିଲ୍ଲୀ:ପର୍ଯ୍ୟଟକ ଭିସାରେ ଭାରତକୁ ଆସି ନିଜାମୁଦ୍ଦିନ ମର୍କାଜ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିବା ୯୬୦ବିଦେଶୀ ନାଗରିକଙ୍କ ଆସନ୍ତା ୧୦ବର୍ଷ ପର୍ଯ୍ୟନ୍ତ ଭାରତକୁ ଆସିବା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବିଦେଶୀ ନାଗରିକମାନେ ପର୍ଯ୍ୟଟକ ଭିସା ନେଇ ଭାରତ ଆସିଥିଲେ ଏବଂ ତବଲିଗି ଜମାତର କାର୍ଯ୍ୟକଳାପରେ ଜଡିତ ଥିଲେ। ଭାରତୀୟ ଭିସା ଆଇନର ଉଲ୍ଲଙ୍ଘନ କରିଥିବାରୁ ଏହି ବିଦେଶୀ ନାଗରିକମାନଙ୍କର ଭାରତ ଆସିବା ଉପରେ ୧୦ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଦିଆଯାଇଛି। ତେବେ ଏହି ସଂଖ୍ୟା ଆହୁରି ବଢି ପରେ ବୋଲି ଆଶା କରାଯାଉଛି ।
୯୬୦ ବିଦେଶୀ ନାଗରିକମାନଙ୍କ କଳା ତାଲିକାରେ ମାଲି, ନାଇଜେରିଆ, ଶ୍ରୀଲଙ୍କା, କେନିଆ, ଜିବୁତି, ତାଞ୍ଜାନିଆ, ଦକ୍ଷିଣ ଆଫ୍ରିକା, ମିଆଁମାର, ଥାଇଲ୍ୟାଣ୍ଡ, ବାଂଲାଦେଶ, ବ୍ରିଟେନ (ଓସିଆଇ କାର୍ଡ ଧାରକ) ଅଷ୍ଟ୍ରେଲିଆ ଏବଂ ନେପାଳର ନାଗରିକ ଅନ୍ତର୍ଭୁକ୍ତ। ଆସନ୍ତା ୧୦ବର୍ଷ ପାଇଁ ସେମାନଙ୍କୁ ଭାରତ ଆସିବାକୁ ବାରଣ କରାଯାଇଛି।