ପିଏଫଧାରୀଙ୍କୁ ମିଳିଲା ପୂଜା ଭେଟି

ନୂଆଦିଲ୍ଲୀ:କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫଓ)ର ୬ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଆସିଛି ଖୁସି ଖବର। ସରକାର ପାର୍ବଣ ଋତୁ ପୂର୍ବରୁ ପିଏଫ ଉପରେ ଅଧିକ ସୁଧ ଦେବାକୁ ଘୋଷଣା କରିଛନ୍ତି। ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ପିଏଫ ଖାତାଧାରକଙ୍କୁ ୮.୬୫ ପ୍ରତିଶତ ହାରରେ ସୁଧ ମିଳିବ। ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି।

ଇପିଏଫଓ ପାଇଁ ନୀତି ନିର୍ଦ୍ଧାରଣ କରୁଥିବା ସର୍ବୋଚ୍ଚ ପ୍ରାଧିକରଣ ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟିଜ ଗତ ବର୍ଷ ପାଇଁ ଚଳିତ ବର୍ଷ ଫେବୃଆରୀରେ କର୍ମରଚାରୀଙ୍କୁ ୮.୬୫ ପ୍ରତିଶତ ସୁଧ ହାର ଦେବାକୁ ମଞ୍ଜୁରୀ ଦେଇଥିଲା। ଏହା ପରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ପାଇଁ ଅର୍ଥ ମନ୍ତ୍ରଣାଳୟ ପାଖକୁ ପଠାଯାଇଥିଲା। ଯାହାକୁ ଏବେ ମଞ୍ଜୁରୀ ମିଳିଛି।

ସନ୍ତୋଷ ଗଙ୍ଗଓ୍ଵାର ଏକ କାର୍ଯ୍ୟକ୍ରମ ପରେ ମିଡିଆକୁ କହିଛନ୍ତି ଯେ ପାର୍ବଣ ଋତୁ ପୂର୍ବରୁ ଇପିଏଫଓର ୬ କୋଟିରୁ ଅଧିକ ସଦସ୍ୟଙ୍କୁ ୨୦୧୮-୧୯ ପାଇଁ ଜମା ରାଶି ଉପରେ ୮.୬୫ ପ୍ରତିଶତ ସୁଧ ମିଳିବ। ବର୍ତ୍ତମାନ ଇପିଏଫଓ ଉପରେ ୮.୫୫ ପ୍ରତିଶତ ସୁଧ ମିଳୁଛି। ଏହି ସୁଧ ହାର ୨୦୧୭-୧୮ରେ ଲାଗୁ କରାଯାଇଥିଲା।