ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ଅଧିକ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଛୁଇଁଥିବାବେଳେ ମୋଟ ସଂକ୍ରମିତଙ୍କ ମଧ୍ୟରେ ମହିଳାଙ୍କ ଠାରୁ ପୁରୁଷଙ୍କ ସଂଖ୍ୟା ଅଧିକ ରହିଛି ।

ରାଜ୍ୟରେ ଗତକାଲି ସୁଦ୍ଧା ୬୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୦ ଜଣ ମହିଳା ଅଛନ୍ତି। ବାକିମାନେ ପୁରୁଷ।  ପୁଣି ଆକ୍ରାନ୍ତଙ୍କ ମଧ୍ୟରେ ୦ରୁ ୧୪ବର୍ଷ ମଧ୍ୟରେ ଆଠ ଜଣ ରହିଛନ୍ତି।  ସେହିପରି ୧୫ରୁ ୪୦ ବର୍ଷ ମଧ୍ୟରେ ରହିଛନ୍ତି ସର୍ବାଧିକ ୩୨ ଜଣ। ୪୧ରୁ ୬୦ ବର୍ଷ ମଧ୍ୟରେ ରହିଛନ୍ତି ୧୩ ଜଣ। ୬୦ବର୍ଷରୁ ଅଧିକ ମଧ୍ୟରେ ରହିଛନ୍ତି ୭ ଜଣ।

ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ରହିଛନ୍ତି ଖୋର୍ଦ୍ଧା ଜିଲ୍ଲାରେ। ଏହି ଜିଲ୍ଲାରେ ମୋଟ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତା’ପରେ ଭଦ୍ରକରେ ୩, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ଓ ସୁନ୍ଦରଗଡ଼ରେ ୨ଜଣ ଲେଖାଏ ଏବଂ ଢେଙ୍କାନାଳ, ପୁରୀ ଓ କଟକରେ ଜଣେ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।