ବିପର୍ଯ୍ୟୟ ମୁକାବିଲା ପାଇଁ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସାମୁହିକ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ

ବ୍ଲକ ଓ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ଅଭ୍ୟାସ ଭୁବନେଶ୍ୱର : ରାଜ୍ୟର ୩୦ ଗୋଟି ଜିଲ୍ଲାରେ ଜିଲ୍ଲାସ୍ତରୀୟ, ବ୍ଲକସ୍ତରୀୟ ଓ ଆଶ୍ରୟସ୍ଥଳୀ ସ୍ତରୀୟ ବାତ୍ୟା, ବନ୍ୟା ଓ ଅନ୍ୟାନ୍ୟ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ (ମକ୍ ଡ୍ରିଲ୍) ଅନୁଷ୍ଠିତ...

ବ୍ଲକ ଓ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ଅଭ୍ୟାସ

ଭୁବନେଶ୍ୱର : ରାଜ୍ୟର ୩୦ ଗୋଟି ଜିଲ୍ଲାରେ ଜିଲ୍ଲାସ୍ତରୀୟ, ବ୍ଲକସ୍ତରୀୟ ଓ ଆଶ୍ରୟସ୍ଥଳୀ ସ୍ତରୀୟ ବାତ୍ୟା, ବନ୍ୟା ଓ ଅନ୍ୟାନ୍ୟ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ (ମକ୍ ଡ୍ରିଲ୍) ଅନୁଷ୍ଠିତ ହେଉଅଛି । ବର୍ତ୍ତମାନ ୨୫ ଗୋଟି ଜିଲ୍ଲା ଯଥା: ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ରାୟଗଡ଼ା, ନବରଙ୍ଗପୁର, ସୁବର୍ଣ୍ଣପୁର, ଗଜପତି, କୋରାପୁଟ, ନୂଆପଡ଼ା, ମାଲକାନଗିରି, କଳାହାଣ୍ଡି, ବୌଦ୍ଧ, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝରରେ ୮୭୯ ଗୋଟି (୫୬୮ ବାତ୍ୟା ଓ ୩୧୧ ବନ୍ୟା) ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ଗୋଷ୍ଠୀସ୍ତରୀୟ ସାମୁହିକ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ (ମକ୍ ଡିଲ୍) କରାଯାଉଅଛି । ତତ୍ସହିତ ବାକି ୫ ଗୋଟି ଜିଲ୍ଲା ଯଥା: କନ୍ଧମାଳ, ବଲାଙ୍ଗିର, ଦେବଗଡ, ସୁନ୍ଦରଗଡ ଓ ଅନୁଗୁଳରେ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ (ମକ୍ ଡ୍ରିଲ୍) କରାଯାଉଅଛି । ଯାହା ମଧ୍ୟରେ ରାଜ୍ୟ ରେଡକ୍ରସ ସଂସ୍ଥା ଦ୍ୱାରା ୬୫ ଗୋଟି ନିର୍ମିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଅନ୍ତର୍ଭୁକ୍ତ ଅଟେ । ଏଥି ସହିତ ରାଜ୍ୟର ୩୧୪ ଗୋଟି ବ୍ଲକରେ ଏହି ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ (ମକ୍ ଡ୍ରିଲ୍) ହେବା ସହ ଏହାର ପ୍ରସ୍ତୁତିର ଏକ ସଚେତନତା ର‌୍ୟାଲିର ଆୟୋଜନ କରାଯାଉଛି ।

ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ (ମକ୍ ଡ୍ରିଲ୍) ସମୟରେ ଆଶ୍ରୟସ୍ଥଳୀ ସ୍ତରରେ ଗଠିତ ଆଶ୍ରୟସ୍ଥଳୀ ପରିଚାଳନା ଓ ରକ୍ଷଣାବେକ୍ଷଣ ସମିତି ସଭ୍ୟସଭ୍ୟା ତଥା ଅନ୍ୟାନ୍ୟ ସ୍ୱେଚ୍ଛାସେବୀମାନେ ସନ୍ଧାନ ଓ ଉଦ୍ଧାର କୌଶଳ ଏବଂ ପ୍ରାଥମିକ ଚିକିତ୍ସା କୌଶଳ ପ୍ରଦର୍ଶନ କରିବେ । ତତ୍ସହିତ ଆଶ୍ରୟସ୍ଥଳୀମାନଙ୍କୁ ଯୋଗାଇ ଦିଆଯାଇଥିବା ବିଭିନ୍ନ ପ୍ରକାରର ଉପକରଣ ଯଥା: ଟାୱାର ଲାଇଟ୍, ଯବଚାଳିତ କରତ, ଜେନେରେଟର, ଷ୍ଟ୍ରେଚର, ମେଗାଫୋନ୍ ଇତ୍ୟାଦିର ବ୍ୟବହାର ସମ୍ବନ୍ଧୀୟ ଅଭ୍ୟାସ କରାଯିବ । ଏତଦ୍ବ୍ୟତୀତ ODRAF, NDRF ଏବଂ ଅଗ୍ନିଶମ ସେବା ବାହିନୀ ଏଥିରେ ଭାଗ ନେବା ସହିତ ସନ୍ଧାନ ଓ ଉଦ୍ଧାର କୌଶଳ ପ୍ରଦର୍ଶନ କରିବେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ, ବ୍ଲକ ଓ ତହସିଲ ପ୍ରଶାସନ, ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସମ୍ପୃକ୍ତ ସରପଞ୍ଚ ତଥା ଗ୍ରାମ ପଞ୍ଚାୟତ କର୍ମକର୍ତ୍ତା ଏବଂ ସାଧାରଣ ଲୋକମାନେ ଅଂଶଗ୍ରହଣ କରିବେ । ଉପରୋକ୍ତ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ (ମକ୍ ଡ୍ରିଲ୍)ଗୁଡ଼ିକ ରାଜ୍ୟ ସ୍ତରରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ଏବଂ ସ୍ୱତବ ରିଲିଫ୍ କମିଶନର (SRC) ଓ ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ଜରୁରୀକାଳୀନ ବିଭାଗ ଦ୍ୱାରା ସଂଯୋଜନା କରାଯାଉଛି ।

Spread the love
Categories
ଓଡିଶା

RELATED BY

  • ଇମ୍ଫା ଓ ଏନ୍‌ଆଇଟି ମଧ୍ୟରେ ଚୁକ୍ତି

    ଭୁବନେଶ୍ୱର: ଇଣ୍ଡିଆନ ମେଟାଲ୍ସ ଓ ଫେରୋ ଆଲଏଜ୍ ଲିମିଟେଡ୍ (ଇମ୍ଫା)ର ପ୍ରତିଷ୍ଠାତା ସ୍ୱର୍ଗତ ଡ. ବଂଶୀଧର ପଣ୍ଡାଙ୍କ ସ୍ମୃତିରେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ସ୍ ଅଫ୍ ଟେକ୍ନୋଲୋଜି (ଏନ୍‌ଆଇଟି) ରାଉରକେଲାରେ ଏକ ସ୍ୱର୍ଣ୍ଣପଦକ ପ୍ରତିଷ୍ଠା କରିବା ନିମନ୍ତେ ଉଭୟ ଅନୁଷ୍ଠାନ ମଧ୍ୟରେ ଚୁକ୍ତି...
  • ସଞ୍ଜୟ ସାହୁଙ୍କୁ ‘ବେଷ୍ଟ ପିଆର୍‌ଓ’ ପୁରସ୍କାର

    ଭୁବନେଶ୍ୱର : କର୍ପୋରେଟ୍ ଯୋଗାଯୋଗ ଏବଂ ଗଣମାଧ୍ୟମ ସମ୍ପର୍କ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ଦ୍ୱାରା ସଞ୍ଜୟ କୁମାର ସାହୁଙ୍କୁ ‘ବେଷ୍ଟ ପବ୍ଲିକ୍ ରିଲେସନ ଅଫିସର୍‌’ ସମ୍ମାନରେ ସମ୍ମାନିତ କରାଯାଇଛି । ଭବନେଶ୍ୱରରେ ଜାତୀୟ...
  • ୱେବ୍‌ ପୋର୍ଟାଲ ‘ଓଡ଼ିଆ ଫଳକ’ ଲୋକାର୍ପିତ, ନିୟମ ଉଲଂଘନ କଲେ ୨୫ ହଜାର ଟଙ୍କା ଯାଏଁ ଜରିମାନା

    ଭୁବନେଶ୍ୱର: ଓଡ଼ିଶା ସରକାର ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମ ଫଳକ ଲେଖିବାକୁ ଗୁରୁତ୍ୱ ଦେଉଛନ୍ତି। ଏ ନେଇ ମଙ୍ଗଳବାର ଇଏସ୍‌ଆଇ କାର୍ଯ୍ୟାଳୟଠାରେ ଶ୍ରମବିଭାଗର ୱେବ୍‌ ପୋର୍ଟାଲ ‘ଓଡ଼ିଆ ଫଳକ’ ଲୋକାର୍ପିତ ହୋଇଯାଇଛି। ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ...
  • ୨୦୧୯-୨୦ ଖରିଫ ଧାନ ସଂଗ୍ରହ ପାଇଁ ଆଗୁଆ ଟୋକେନ ବ୍ୟବସ୍ଥା

    ଭୁବନେଶ୍ୱର: ଧାନ ସଂଗ୍ରହ ଧାର୍ଯ୍ୟ ଦିବସ ପୁର୍ବରୁ ଚାଷୀମାନଙ୍କୁ ସେମାନଙ୍କ ବିକ୍ରି ଯୋଗ୍ୟ ଧାନ ସହ ସମ୍ପୃକ୍ତ ମଣ୍ଡିରେ ଉପସ୍ଥିତ ରହିବା ପାଇଁ ଏସଏମଏସ୍ ମାଧ୍ୟମରେ ପଞ୍ଜିକୃତ ମୋବାଇଲ ନମ୍ବରକୁ ବାର୍ତା ପ୍ରେରଣ କରାଯାଉଛି । ଅଗ୍ରୀମ ଟୋକେନର ତାଲିକା...