ଆଇଟି ଏକ୍ସଲେନ୍ସ ୨୦୧୯ରେ ସମ୍ମାନିତ ହେବ ଓଏସଡିଏମଏ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧୀକରଣ(ଓଏସଡିଏମଏ) ବିପର୍ଯ୍ୟୟ କ୍ଷେତ୍ରରେ ଆଇଟି ପ୍ରଦ୍ୟୋଗିକ ଉପଯୋଗ କରି ଅଭିନବ ବାତାବରଣ ପାଇଁ ଆଇଟି ଏକ୍ସଲେନ୍ସ ପୁରସ୍କାର,୨୦୧୯ ସମ୍ମାନିତ କରାଯିବ । ଏନେଇ ଘୋଷଣା କରାଯାଇଛି । ଘୁର୍ଣ୍ଣିବାତ୍ୟା ଆସିବାର ପୂର୍ବାନୁମାନ କରିବା, ଲୋକଙ୍କୁ ଏହା ପୂର୍ବରୁ ଆଲର୍ଟ କରିବା ଏବଂ ସମସ୍ତ ସୁବିଧା ଯୋଗାଇଦେବା ଇତ୍ୟାଦି ଗୁୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସୂଚାରରୂପେ ତୁଲାଇବା କାରଣରୁ ସମ୍ମାନିତ କରାଯିବ । ଏହି ସଂସ୍ଥା ସଡକ ଦୁର୍ଘଟଣା ଏବଂ ବିଭିନ୍ନ ଘଟଣା ଦୁର୍ଘଟଣାର ସମ୍ବନ୍ଧିତ ସମସ୍ତ ତଥ୍ୟ ଦେବା ସହିତ କିଭଳି ଏଥିରୁ ସୁରକ୍ଷା ପାଇବେ ସେ ନେଇ ସଚେତନ କରାଇଥାଏ । ଓଡିଆ ଏବଂ ଇଂରାଜୀ ଦୁଇଟି ଭାଷାରେ ଲୋକଙ୍କଠାରେ ନିଜର ମତ ରଖିଥାଏ ।

ଏକ୍ସପ୍ରେସ୍ ଇଣ୍ଡିଆ ଶ୍ରୀ ବିଷ୍ଣୁପଦ ସେଠୀ, ଆଇଏଏସ୍, କମିଶନର କମ୍ ସେକ୍ରେଟେରୀ(ଡିଏମ୍) ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ଓଏସଡିଏମଏଙ୍କୁ ୧୮ ସେପ୍ଟେମ୍ବର, ୨୦୧୯ରେ ବମ୍ବେ ପ୍ରଦର୍ଶିତ ସଂସ୍ଥା, ମୁମ୍ବାଇଠାରେ ପୁରସ୍କୃତ କରାଇବା ପାଇଁ ନିମନ୍ତ୍ରଣ କରିଛନ୍ତି ।