ମିଥ୍ୟାରେ ବାଡି ବୁଲାଉଥିବା ଲୋକେ ଏବେ ଯିବେ କାଠଗଡାକୁ!

ଭୁବନେଶ୍ୱର: ସମବାୟ ବ୍ୟାଙ୍କ ପକ୍ଷରୁ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିବା ଫସଲ ଋଣ ଉପରେ ନିର୍ଦ୍ଦିଷ୍ଟ ପରିମାଣର ଯେଉଁ ସୁଧ ରିହାତି ବ୍ୟବସ୍ଥା ରହିଛି ସେଥିରେ ବ୍ୟାଙ୍କ କର୍ମକର୍ତାମାନେ ଚାହିଁଲେ ବି ଗୋଟିଏ ଟଙ୍କା ତୋଷରପାତ କରିବାର ସମ୍ଭାବନା ନଥିବାବେଳେ ଏହି...

ଭୁବନେଶ୍ୱର: ସମବାୟ ବ୍ୟାଙ୍କ ପକ୍ଷରୁ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିବା ଫସଲ ଋଣ ଉପରେ ନିର୍ଦ୍ଦିଷ୍ଟ ପରିମାଣର ଯେଉଁ ସୁଧ ରିହାତି ବ୍ୟବସ୍ଥା ରହିଛି ସେଥିରେ ବ୍ୟାଙ୍କ କର୍ମକର୍ତାମାନେ ଚାହିଁଲେ ବି ଗୋଟିଏ ଟଙ୍କା ତୋଷରପାତ କରିବାର ସମ୍ଭାବନା ନଥିବାବେଳେ ଏହି ବ୍ୟବସ୍ଥାକୁ ଠିକ୍ ଭାବେ ବୁଝି ନ ଥିବା ନିର୍ଦ୍ଦିଷ୍ଟ କିଛି ଲୋକ ଜନସାଧାରଣଙ୍କ ବିଭ୍ରାନ୍ତ କରିବା ପାଇଁ ଯେଉଁ ମନଗଢ଼ା କାହାଣୀ ପ୍ରଚାର କରୁଥିଲୋ ତାକୁ ଏବେ ଲୋକେ ସିଧାସଳଖ ଖାରଜ କରିଦେଇଛନ୍ତି । ଏହି କାରଣରୁ ଏହି ଗୋଷ୍ଠୀ ଏବେ ଚିନ୍ତାରେ । କାରଣ ଏହି ବିଭ୍ରାନ୍ତିକର ଖବର ପ୍ରସାରଣ ଯୋଗୁଁ ଅଯଥାରେ ହିନସ୍ତା ହୋଇଥିବା କର୍ମକର୍ତାମାନେ ଏବେ ବିଧିବଦ୍ଧ ଭାବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରସ୍ତୁତ ହେଉଛନ୍ତି । ଯେଉଁ କାରଣରୁ ହଟଚମଟ ସୃଷ୍ଟି କରୁଥିବା ଲୋକେ ଯେ ଭବିଷ୍ୟତରେ ବିପଦରେ ପଡିବେ ଏହି ସମ୍ଭାବନା ଦିନକୁ ଦିନ ଦୃଢ଼ ହେବାରେ ଲାଗିଛି । ଲୋକେ ତଥ୍ୟ ଏବଂ ସତ୍ୟ ଜାଣି ପାରିଥିବାରୁ ଏହି ଗୋଷ୍ଠୀ ଯେ ପବନରେ ଗଣ୍ଠି ପକାଇ ଲୋକଙ୍କୁ ବିଭ୍ରାନ୍ତ କରୁଥିଲେ ତାହା ସ୍ପଷ୍ଟ ହୋଇଯାଇଛି ।

ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ, ୨୦୦୬-୦୭ ମସିହାରୁ କେନ୍ଦ୍ର ସରକାରଙ୍କ ନିଷ୍ପତିକ୍ରମେ କୃଷକମାନଙ୍କୁ ନିର୍ଦ୍ଦେଶିତ ସୁଧ ହାରରେ ବ୍ୟାଙ୍କମାନେ ଚାଷବାସ ନିମନ୍ତେ ଫସଲ ଋଣ ଯୋଗାଇ ଦେଇଆସୁଛନ୍ତି । ବ୍ୟାଙ୍କିଙ୍ଗ ସଂସ୍ଥାମାନେ ସାଧାରଣତଃ ଜନସାଧାରଣଙ୍କଠାରୁ ଡିପୋଜିଟ୍ ସଂଗ୍ରହ କରି ବିଭିନ୍ନ ପ୍ରକାରର ଋଣ ପ୍ରଦାନ କରିଥାନ୍ତି । ଋଣ ଉପରେ ସୁଧହାର ସେଥିପାଇଁ ବ୍ୟାଙ୍କମାନେ ସ୍ଥିର କରିଥାନ୍ତି ।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ବ୍ୟବସାୟିକ ବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କମାନେ ରିହାତି ସୁଧ ହାରରେ ଫସଲ ଋଣ ଯୋଗାଇ ଦେଉଛନ୍ତି । ବ୍ୟାଙ୍କମାନଙ୍କର କ୍ଷତି ଭରଣା ନିମନ୍ତେ ନିଜସ୍ୱ ପାଣ୍ଠିରୁ ଯୋଗାଇ ଦିଆଯାଉଥିବା ଫସଲ ଋଣ ଉପରେ କେନ୍ଦ୍ର ସରକାର ଦିଆଯାଉଥିବା ଫସଲ ଋଣ ଉପରେ କେନ୍ଦ୍ର ସରକାର ୨ ପ୍ରତିଶତ ସୁଧ ଅନୁଦାନ ଯୋଗାଇ ଦେଉଛନ୍ତି । ବ୍ୟବସାୟିକ ବ୍ୟାଙ୍କମାନେ ଏହି ଅନୁଦାନ ରିଜର୍ଭ ବ୍ୟାଙ୍କ ମାଧ୍ୟମରେ ପାଉଥିବାବେଳେ, ସମବାୟ ବ୍ୟାଙ୍କମାନଙ୍କ ଟେତ୍ରରେ ଏହି ଅନୁଦାନ ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ (ନାବାର୍ଡ) ମାଧ୍ୟମରେ ଯୋଗାଇ ଦିଆଯାଇଥାଏ । ଏତଦ୍ବ୍ୟତୀତ କିସ୍ତି ତାରିଖ ମଧ୍ୟରେ ଋଣ ପରିଶୋଧ କରୁଥିବା ଚାଷୀମାନଙ୍କୂ କେନ୍ଦ୍ର ସରକାର ଏହି ବ୍ୟବସ୍ଥା ମାଧ୍ୟମରେ ୩ ପ୍ରତିଶତ ସୁଧ ପ୍ରୋତ୍ସାହନ ଯୋଗାଇ ଦେଇଥାନ୍ତି ।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶିତ ସୁଧହାର ୭ ପ୍ରତିଶତରେ ସ୍ଥିରୀକୃତ ହୋଇଥିବାବେଳେ ଓଡ଼ିଶା ସରକାର ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ ୧ ପ୍ରତିଶତ ଏବଂ ୫୦ ହଜାର ଟଙ୍କାରୁ ୩ ଲକ୍ଷ ପର୍ଯ୍ୟନ୍ତ ୨ପ୍ରତିଶତ ସୁଧ ଧାର୍ଯ୍ୟ କରିଛନ୍ତି । ଏଥିନିମନ୍ତେ କେନ୍ଦ୍ର ସରକାରଙ୍କ ସୁଧ ଅନୁଦାନ ଓ ସୁଧ ପ୍ରୋତ୍ସାହନ ସହ ନିଜସ୍ୱ ସୁଧ ଅନୁଦାନ ଯୋଗାଇ ଦେଇଥାନ୍ତି ।

ଆମ ରାଜ୍ୟରେ ଯୋଗାଇ ଦିଆଯାଉଥିବା ଫସଲ ଋଣର ପ୍ରାୟ ୬୫ ପ୍ରତିଶତ ସମବାୟ ବ୍ୟାଙ୍କମାନେ ଯୋଗାଇ ଦେଉଥିବାବେଳେ ବ୍ୟବସାୟିକ ବ୍ୟାଙ୍କମାନେ ପ୍ରାୟ ୩୫ ପ୍ରତିଶତ ଫସଲ ଋଣ ଯୋଗାଇ ଦେଇଥାନ୍ତି । ପ୍ରତ୍ୟେକ ବର୍ଷ ପ୍ରାରମ୍ଭରେ ସମବାୟ ବ୍ୟାଙ୍କମାନଙ୍କ ପାଇଁ ଫସଲ ଋଣ ଯୋଗାଣୀ ଲକ୍ଷ୍ୟ ରାଜ୍ୟ ସରକାର ଧାର୍ଯ୍ୟ କରିଥାନ୍ତି । ନାବାର୍ଡ ଏହି ଧାର୍ଯ୍ୟ ଲକ୍ଷ୍ୟରୁ ୪୫ ରୁ ୫୦ ପ୍ରତିଶତ ପୁନଃବିତ ଭାବରେ ଯୋଗାଇଥାନ୍ତି ।
ସମବାୟ କ୍ଷେତ୍ରରେ ଫସଲ ଋଣ ଯୋଗାଣ ନିମନ୍ତେ ତ୍ରିସ୍ତରୀୟ ଋଣ ବ୍ୟବସ୍ଥା ରହିଛି ଗ୍ରାମାଂଚଳରେ ୨୭୦୮ଟି ପ୍ରାଥମିକ କୃଷିଋଣ ସମବାୟ ସମିତି(ପାକ୍ସ) ଚାଷୀମାନଙ୍କୁ ସଭ୍ୟଭୁକ୍ତ କରି ଫସଲ ଋଣ ଯୋଗାଇ ଦେଉଥିବାବେଳେ, ସେମାନଙ୍କର ଅର୍ଥର ଆବଶ୍ୟକତା ଜିଲ୍ଲାସ୍ତରରେ କାର୍ଯ୍ୟରତ ୧୭ଟି କେନ୍ଦ୍ର ସମବାୟ ବ୍ୟାଙ୍କରୁ ଋଣ ନେଇ ଚାଷୀମାନଙ୍କୁ ଯୋଗାଇଥାନ୍ତି । ଏହି ଋଣ ଯୋଗାଣର ୭୫ ପ୍ରତିଶତ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଯୋଗାଇଥାନ୍ତି ଏବଂ ନାବାର୍ଡରୁ ୪୫ ରୁ ୫୦ ପ୍ରତିଶତ ଅର୍ଥ ଋଣ ଆକାରରେ ୪.୫୦ ପ୍ରତିଶତ ସୁଧ ହାରରେ ପାଇଥାନ୍ତି ।

ମାର୍ଚ୍ଚ ୩୧ରେ ବର୍ଷ ଶେଷ ହେବାପରେ ପ୍ରାଥମିକ କୃଷିଋଣ ସମିତି ସ୍ତରରରୁ ଫସଳ ଋଣ ଯୋଗାଣର ପରିମାଣ ପରିସଂଖ୍ୟାନ ଆଧାରରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସୁଧ ଅନୁଦାନର ହିସାବ କରାଯାଏ । ଏହି ଅନୁଦାନ ନିମନ୍ତେ ନାବାର୍ଡ ଦ୍ୱାରା ନିର୍ଦ୍ଧାରିତ ଫର୍ମରେ କେନ୍ଦ୍ର ସମବାୟ ବ୍ୟାଙ୍କମାନେ ଅଡିଟ୍ କରାଯାଇଥିବା ପରିସଂଖ୍ୟାନ ସହିତ ରାଜ୍ୟ ସମବାୟ ବ୍ୟାଙ୍କକୁ ଆବେଦନ କରିଥାନ୍ତି । ରାଜ୍ୟ ସମବାୟ ବ୍ୟାଙ୍କ ଏହି ସବୁକୁ ଏକତ୍ର କରି ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଠାରୁ ପ୍ରାପ୍ୟ ଅନୁଦାନ ନାବାର୍ଡ ନିକଟରେ ଦାଖଲ କରିଥାନ୍ତି ।

ରାଜ୍ୟ ସରକାରଙ୍କ ପ୍ରାପ୍ୟ ବାବଦରେ ଦାବିପତ୍ର ସମାୟ ସମିତି ସମୂହ ନିବନ୍ଧକଙ୍କ ଦ୍ୱାରା ଯାଂଚ କରାଯିବା ପରେ ସମବାୟ ବିଭାଗ ମାଧ୍ୟମରେ ଅର୍ଥ ବିଭାଗକୁ ପଠାଯାଏ । ସେହିପରି କେନ୍ଦ୍ର ସରକାର ଠାରୁ ପ୍ରାପ୍ୟ ଦାବି ନାବାର୍ଡ ଓଡ଼ିଶା କ୍ଷେତ୍ରୀୟ ଅଫିସରେ ଦାଖଲ କରିବା ପରେ ସେମାନେ ବମ୍ବେସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟକୁ ସୁପାରିଶ କରିଥାନ୍ତି ଏବଂ କେନ୍ଦ୍ରୀୟ କାର୍ଯ୍ୟାଳୟ ଏହି ଅନୁଦାନ ମଞ୍ଜୁର ହେବା ପରେ କ୍ଷେତ୍ରୀୟ କାର୍ଯ୍ୟାଳୟ ମାଧ୍ୟମରେ ରାଜ୍ୟ ସମବାୟ ବ୍ୟାଙ୍କକୁ ଯୋଗାଇ ଦେଇଥାନ୍ତି ।

ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ସୁଧ ଅନୁଦାନ ରାଜ୍ୟ ସମବାୟ ବ୍ୟାଙ୍କମାନଙ୍କର ଋଣ ଯୋଗାଣରେ କ୍ଷତିପୂରଣ ନିମନ୍ତେ ଉଦ୍ଦିଷ୍ଟ ହୋଇଥିବାରୁ, ଏହି ଅନୁଦାନ ଅର୍ଥ ମିଳିବା ପରେ ରାଜ୍ୟ ସମବାୟ ବ୍ୟାଙ୍କ ନିଜ ପାଇଁ ଉଦ୍ଦିଷ୍ଟ ଅର୍ଥ ବାଦ୍ ଦେଇ କେନ୍ଦ୍ର ସମବାୟ ବ୍ୟାଙ୍କମାନଙ୍କୁ ସେମାନଙ୍କର ପ୍ରାପ୍ୟ ସେହିଦିନ ହସ୍ତାନ୍ତର କରିଥାନ୍ତି ।

ସୁଧ ଅନୁଦାନ କୌଣସି ବ୍ୟକ୍ତିବିଶେଷ କିମ୍ବା କର୍ମଚାରୀଙ୍କର ନୁହେଁ । ଅନୁଷ୍ଠାନର ଋଣ ଯୋଗାଣରେ କ୍ଷତି ଭରଣା ନିମନ୍ତେ ଉଦ୍ଦିଷ୍ଟ ଏହି ଅର୍ଥ ସମ୍ପୃକ୍ତ ବ୍ୟାଙ୍କର ବାଲାନ୍ସ ସିଟର ଆୟ ଫର୍ଦ୍ଦରେ ଦର୍ଶାଯାଇଥାଏ ।

ଏହି ଅନୁଦାନ ଅର୍ଥର ତୋଷାରପାତ କିମ୍ବା ବିନିର୍ବୟର କୌଣସି ସମ୍ଭାବନା ନ ଥିବାବେଳେ ସମ୍ପ୍ରତି ପ୍ରଚଳିତ ବ୍ୟବସ୍ଥାକୁ ବୁଝି ନ ଥିବା ଲୋକେ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ନିମନ୍ତେ ମନଭଢ଼ା କାହାଣୀ ପ୍ରଚାର କରୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Spread the love
Categories
ଓଡିଶା

RELATED BY