ଓସ୍କାର ଦୌଡରେ ଭାରତୀୟ ଫିଲ୍ମ

ନୂଆଦିଲ୍ଲୀ: ଆସନ୍ତା ୨୪ରେ ବିଶ୍ୱର ସବୁଠାରୁ ବଡ ଫିଲ୍ମ ଆୱାର୍ଡ “ଦ ଓସ୍କାର ୨୦୧୯” ହେବାକୁ ଯାଉଛି । ୯୧ତମ ଏହି ଆୱାର୍ଡ ଶୋ’ରେ ବିଜୟ ଲାଭ କରିବା ପାଇଁ ବିଶ୍ୱର ନାମୀଦାମୀ ଫିଲ୍ମ ଦୌଡରେ ସାମିଲ ହୋଇଛନ୍ତି । ତେବେ ଏହି ଦୌଡରେ ଭାରତୀୟ ଫିଲ୍ମ ‘ପିରିୟଡ୍: ଏଣ୍ଡ୍ ଅଫ୍ ସେଟେଂନ୍ସ’ ସାମିଲ ହୋଇଛି । ଯାହା ଏକ ସର୍ଟ ଫିଲ୍ମ । ଏହି ଫିଲ୍ମକୁ ‘ଡକ୍ୟୁମେଂଟ୍ରୀ ସର୍ଟ ସବଜେକ୍ଟ’ କାଟେଗୋରୀରେ ନୋମିନେସନ୍ କରାଯାଇଛି । ୨୬ ମିନିଟ୍ର ଏହି ସର୍ଟ ଫିଲ୍ମଟି ମହିଳାଙ୍କ ମାସିକ ଧର୍ମ ସହ ଜଡିତ କିଛି ସମସ୍ୟା ବିରୋଧରେ ଅସଲି ପ୍ୟାଡ୍ମ୍ୟାନ୍ ଅରୁଣାଚଳମ୍ ମୃଗନାଥନ୍ଙ୍କ କାର୍ଯ୍ୟ ଉପରେ ପର୍ଯ୍ୟବେଶିତ ।