କୋରୋନା ଭାଇରସ: ୧୦୦୦ ଛୁଇଁଲା ମୃତ୍ୟୁ ସଂଖ୍ୟା

ବେଜିଂ: ଅଣାୟତ ହେଉଛି କୋରୋନା ଭାଇରସ । କୋରୋନା ଆତଙ୍କ ଥମିବାରେ ନାଁ ଧରୁନି । ମୃତ୍ୟୁ ସଂଖ୍ୟା ୧୦୦୦ ପାର୍ ହେଲାଣି । ଏହାସହ ୪ହଜାରରୁ ଉର୍ଦ୍ଧ୍ବ ନୂତନ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ମୃତ୍ୟୁ ସଂଖ୍ୟା ଘନଘନ ବୃଦ୍ଧି ପାଉଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟାରେ ଦ୍ରୁତ ଗତିରେ ବଢି ଚାଲିଛି । ସଦ୍ୟ ରିପୋର୍ଟ ଅନୁସାରେ ବର୍ତମାନ ସୁଦ୍ଧା ୧୦୦୦ ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ ୪୦ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତଙ୍କ ସଂଖ୍ୟା ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ ଏହାପୂର୍ବରୁ ରବିବାର ଗୋଟିଏ ଦିନରେ ଚୀନରେ ୯୭ ଲୋକଙ୍କ ପ୍ରାଣହାନୀ ଘଟିଥିଲା । କୋରୋନା ଭାଇରସରେ ଗୋଟିଏ ଦିନରେ ଏତେ ସଂଖ୍ୟକ ରୋଗୀଙ୍କ ମୃତ୍ୟୁ ଘଟଣା ଏହା ପ୍ରଥମ ବୋଲି ଜଣାପଡିଛି । ସେହିପରି ରବିବାର ୪୦୦୮ ନୂତନ ମାମଲା ସାମ୍ନାକୁ ଆସିଥିଲା । ଏହା ମଧ୍ୟରୁ ୨୯୬ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ରହିଥିଲା ।

ସେହିପରି ରବିବାର ମେଡିକାଲରୁ ସୁସ୍ଥ ହୋଇ ୩୨୮୧ ଲୋକ ଘରକୁ ଫେରିଛନ୍ତି । ବର୍ତମାନ ସୁଦ୍ଧା ୧୦୦୦ଲୋକଙ୍କ ମୃତ୍ୟୁ ହୋଇଥିଲା ବେଳେ ୪୦ ହଜାର ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ବିଶ୍ବର ୨୭ଟି ଦେଶରେ କାୟା ବିସ୍ତାର କରିଛି କୋରୋନା ଭାଇରାସ ।