ବିଗୁଡୁଛି ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା,ଏମ୍ସରେ ଭେଟିଲେ ଉମା ଭାରତୀ

ନୂଆଦିଲ୍ଲୀ:ଏମ୍ସରେ ଚିକିତ୍ସିତ ହେଉଥିବା ପୂର୍ବତନ ଅର୍ଥମନ୍ତ୍ରୀ ଚିଦମ୍ବରମଙ୍କ ସ୍ୱାସ୍ଥ୍ୟାବସ୍ଥା ଶୁକ୍ରବାରଠାରୁ ବିଗିଡିବାରେ ଲାଗିଛି । ଏନେଇ ମେଡିକାଲ କର୍ତୃପକ୍ଷ ସୂଚନା ଦେଇଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ଏମ୍ସ ପହଁଚି ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିଛନ୍ତି ।

ବିଜେପିର ବରିଷ୍ଠ ନେତା ଏଲକେ ଆଡଭାଣୀ, ତ୍ରିବେନ୍ଦ୍ର ସିଂ ରାୱତ, ସୁଶିଲ କୁମାର ମୋଦୀ, ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବେଜଲ, ବିଜେପି ସାଂସଦ ମେନକା ଗାନ୍ଧି ଗତ ସୋମବାର ଦିନ ଜେଟଲୀଙ୍କୁ ଭେଟିବା ପାଇଁ ଏମ୍ସ ଯାଇଥିଲେ ।

ଜେଟଲୀଙ୍କୁ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେବାରୁ ଅଗଷ୍ଟ ୯ ତାରିଖରୁ ଏମ୍ସରେ ଭର୍ତି କରାଯାଇଥିଲା । ଏମ୍ସ ଅଗଷ୍ଟ ୧୦ ତାରିଖରୁ ଜେଟଲୀଙ୍କ ବବାଦରେ କିଛି ବୁଲେଟିନ ଜାରି କରିନାହିଁ । ଖରାପ ସ୍ୱାସ୍ଥ୍ୟ କାରଣରୁ ସେ ଗତ ନିର୍ବାଚନ ଲଢିନଥିଲେ ।