ନିର୍ବାଚନ ସମୟରେ ବିରୋଧୀ ଦଳ tourist ଭଳି ଆସିବେ, ବଡ ବଡ କଥା କହିବେ, ନିର୍ବାଚନ ସରିଗଲେ ଖୋଜିଲେ ମିଳିବେ ନାହିଁ: ପାଣ୍ଡିଆନ

ବୌଦ୍ଧରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର

ବୌଦ୍ଧ(ବ୍ୟୁରୋ): ବୌଦ୍ଧରେ କାର୍ତ୍ତିକ ପାଣ୍ଡିଆନ ନିଜର ଜୋରଦାର ପ୍ରଚାର କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଲୋକଙ୍କୁ ହିସାବ ଦେବାରେ ବିଶ୍ବାସ କରନ୍ତି, ଲୋକଙ୍କ ଅସୁବିଧାକୁ ସମ୍ମାନର ସହ ସମାଧାନ କରନ୍ତି ।

ନିର୍ବାଚନ ସମୟରେ ବିରୋଧୀ ଦଳ tourist ଭଳି ଆସିବେ, ବଡ ବଡ କଥା କହିବେ, ନିର୍ବାଚନ ସରିଗଲେ ଖୋଜିଲେ ମିଳିବେ ନାହିଁ । ୪୦ ହଜାର ମାର୍ଜିନରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାକୁ ଅନୁରୋଧ କଲେ ।ଉନ୍ନତି ଓ ପ୍ରଗତିର ଚିହ୍ନ ହେଉଛି ଶଙ୍ଖ ଚିହ୍ନ । ପୁରୁଣା କଟକକୁ NAC ଓ ବୌଦ୍ଧକୁ Municipality ମାନ୍ୟତା ଦିଆଯାଇଛି ।ଭୈରବୀ ମନ୍ଦିରକୁ ୪ କୋଟି, ଚନ୍ଦ୍ରଚୂଡ ମନ୍ଦିରକୁ ୩.୫ କୋଟି ଟଙ୍କା, ଅନେକ ମଠ, ମନ୍ଦିର, ଚର୍ଚ୍ଚ, ମସଜିଦ୍‌ର ରୂପାନ୍ତର ପାଇଁ ପଦକ୍ଷେପ ନିଆଯାଇଛି । ଅଚ୍ୟୁତ ବାବୁ ଆସିଛନ୍ତି ରାଜନୀତିକୁ ସେବା ମନୋବୃତ୍ତି ନେଇ । ସେହିଭଳି ପ୍ରଦୀପ ବାବୁଙ୍କର ଅଞ୍ଚଳର ବିକାଶ ପାଇଁ ଯଥେଷ୍ଟ ଅବଦାନ ରହିଛି ।

ଏହି ଅବସରରେ ଡଃ ଅଚ୍ୟୁତ ସାମନ୍ତ କହିଛନ୍ତି, ଓଡିଶାର ସମସ୍ତ କ୍ଷେତ୍ରର ବିକାଶ, ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଓ କାର୍ତ୍ତିକ ପାଣ୍ଡିଆନଙ୍କ କଠିନ ପରିଶ୍ରମ ଯୋଗୁ ସମ୍ଭବ ହୋଇଛି । ନବୀନ ପଟ୍ଟନୟକଙ୍କ ଯୁଗ ହେଉଛି, ଓଡିଶା ପାଇଁ ଶାନ୍ତିର ଯୁଗ ।