ଦାମୋଦର ରାଉତଙ୍କୁ ବହିଷ୍କାର ପ୍ରସଙ୍ଗ : ବିଜେଡିରେ ଗଣତନ୍ତ୍ର ନାହିଁ,ସତ କହିଲେ ମୁଣ୍ଡ ଗଡେ-ବିରୋଧୀ

ଭୁବନେଶ୍ବର  : ବିଜେଡିରୁ ଦାମଙ୍କ ବହିଷ୍କାର ପରେ ରାଜ୍ୟ ରାଜନୀତି ସରଗରମ ହୋଇଯାଇଛି ।  ଉଭୟ  କଂଗ୍ରେସ ଓ ବିରୋଧୀ ଏହି ପ୍ରସଙ୍ଗ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ  କହିବା ସହ ରାଜ୍ୟ ସରକାର ଓ ବିଜେଡିକୁ  ଟାର୍ଗେଟ କରିଛନ୍ତି ।  ଦାମଙ୍କୁ ବହିଷ୍କାର କରି  ବିଜେଡି ଏକଛତ୍ରବାଦୀ ଦଳର ପରିଚୟ ଦେଇଥିବା ବିଜେପି କହିଛି । ଏହା ସହ ବିଜେଡିରେ ଗଣତନ୍ତ୍ର ନାହିଁ ବୋଲି କହିଛନ୍ତି ବିଜେପି ସାଧାରଣ ସଂପାଦକ ପୃର୍ଥୀରାଜ ହରିଚନ୍ଦନ । ଆଉ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଦାମ ବାବୁ ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାହା ଉପରେ ସରକାର ତଦନ୍ତ କରି ସ୍ପଷ୍ଟ କରିବାକୁ ସତସାହସ କରୁନାହାନ୍ତି କାହିଁକି । ସେପଟେ ପଞ୍ଚାନନ କାନୁନୋଗ କହିଛନ୍ତି ଦାମ ବାବୁଙ୍କ ବହିଷ୍କାର ଜଗତସିଂହପୁର ଜିଲ୍ଲା ରାଜନୀତିକୁ ପ୍ରଭାବିତ କରିବ । ଦାମବାବୁ ପାର୍ଟି ଚୁପ କରିବା ଲୋକ ନୁହଁନ୍ତି । ତାଙ୍କ ତୁଣ୍ଡର ଫାଇଦା ନେବେ ବିରୋଧୀ ବୋଲି ମତ ଦେଇଛନ୍ତି ପଞ୍ଚାନନ କାନୁନଗୋ ।