ବିରୋଧୀ ନେତାମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ମୁଖ୍ୟମନ୍ତ୍ରୀ

ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର

ଭୁବନେଶ୍ୱର(ବ୍ୟୁରୋ):  ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ହୋଇଯାଇଛି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର । ଏହି ସମୟରେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ବିରୋଧୀ ନେତାମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।ବି.ଏସ୍‍.କେ.ୱାଇ, ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍‍, 5T ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍‍, ଚାଷୀଙ୍କ କାଳିଆ, ମଧୁବାବୁ ପେନ୍‍ସନ ଯୋଜନା, ଚାଉଳ କାର୍ଡ ପରି ଜନକଲ୍ୟାଣକାରୀ ଯୋଜନାର ସୁଫଳ ସମ୍ପର୍କରେ ଜନମତ ନେଲେ।ନବୀନ ପଟ୍ଟନାୟକ ଭଲ କି ? ପଚାରିବାରୁ ‘ହଁ’ ରେ ପ୍ରତିଧ୍ୱନିତ ହେଲା ସଭାସ୍ଥଳ। ଜୁଲାଇରୁ ବିଜୁ ଜନତା ଦଳ ସରକାର ମାଗଣା ବିଜୁଳି ଦେବ, ଆପଣମାନେ ଖୁସି ତ ?

ମା ସମଲେଇଙ୍କ ପ୍ରକଳ୍ପ କାମ ଭଲ ହୋଇଛି ତ ? ବହୁତ ଭଲ ବୋଲି ଉଚ୍ଛ୍ୱସିତ ସ୍ୱରରେ ଉତ୍ତର ଦେଲେ ଜନତା । କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ ପ୍ୟାକେଜ୍‍ ଆସିବ

ବିଜୁ ଜନତା ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି, କେନ୍ଦୁପତ୍ର ତୋଳାଳୀଙ୍କ ବୋନସ୍‍ ୨୫ ପ୍ରତିଶତରୁ ୫୦ ପ୍ରତିଶତ କିଏ କରିଛନ୍ତି ?ସନ୍ଥ ଭୀମ ଭୋଇଙ୍କ ସ୍ମୃତି ପୀଠ ଓ ଜନ୍ମସ୍ଥାନର ରୂପାନ୍ତରଣ କିଏ କରିଛନ୍ତି ? ରେଢ଼ାଖୋଲ ଅଞ୍ଚଳରେ ବ୍ୟାପକ ଜଳସେଚନ ସୁବିଧା କିଏ କରିଛନ୍ତି ? ତେବେ ସମସ୍ତ ପ୍ରଶ୍ନର ଉତ୍ତର ମିଳିଥିଲା ନବୀନ ପଟ୍ଟନାୟକ।

ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।ଶପଥ ନେଇ ତିନୋଟି ଐତିହାସିକ ନିଷ୍ପତ୍ତି ଗ୍ରହଣ କରିବେ, ପ୍ରଥମ ତିନୋଟି ଦସ୍ତଖତ ରାଜ୍ୟବାସୀଙ୍କ ମୁହଁରେ ହସ ଫୁଟାଇବ ।

ପ୍ରଥମ ଦସ୍ତଖତ ହେବ, ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ ବନ୍ଦ।ଦ୍ୱିତୀୟ ଦସ୍ତଖତ ହେବ, ସମସ୍ତେ ବି.ଏସ୍‍.କେ.ୱାଇରେ ସାମିଲ ହେବେ।ତୃତୀୟ ଦସ୍ତଖତ, ୬୦ ବର୍ଷ ପରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ପେନସନ୍‍ ବ୍ୟବସ୍ଥା।

ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ବିଧାୟକ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଅନୁରୋଧ କଲେ।

ଏହି ଅବସରରେ ବିଜେଡିର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ଗୋଟିଏ ପଟେ ବିରୋଧୀଙ୍କ ମିଥ୍ୟା ପ୍ରଚାର ଅନ୍ୟପଟେ ନବୀନ ପଟ୍ଟନାୟକଙ୍କ କାମର ହିସାବ, ଏବେ ସମୟ ଆସିଛି ବିଚାର କରିବା ପାଇଁ ।

ସେହିଭଳି ବିଧାୟକ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ନବୀନବାବୁ ଯାହା ପ୍ରତିଶୃତି ଦିଅନ୍ତି, ତାକୁ ପୁରଣ କରନ୍ତି, ଯାହା କହିଥାନ୍ତି ତାକୁ କାମରେ ପରିଣତ କରିଥାନ୍ତି। ସ୍ୱପ୍ନର ସୌଦାଗର ହେଉଛି ବିଜେପି ଦଳ, କେବଳ ସ୍ୱପ୍ନ ଦେଖାଇବା ହେଉଛି ତାଙ୍କର କାମ।ନବୀନ ପଟ୍ଟନାୟକ ହେଉଛନ୍ତି ସ୍ୱପ୍ନର କାରିଗର, ସ୍ୱପ୍ନକୁ ସାକାର କରିବା ହେଉଛି ତାଙ୍କ ଚିନ୍ତାଧାରା।