ଓପିଜିସିରେ କୋଇଲା ସଙ୍କଟ

ଝାରସୁଗୁଡା : ଓପିଜିସିରେ ଦେଖାଦେଇଛି କୋଇଲା ସଂକଟ। ଫଳରେ ଆସନ୍ତାକାଲି ଠାରୁ ଓପିଜିସିର ଗୋଟିଏ ୟୁନିଟ ବନ୍ଦ ହୋଇପାରେ। ଝାରସୁଗୁଡା ଜିଲ୍ଲା ବନହରପାଲି ଠାରେ ରହିଥିବା ଓପିଜିସିର ୪ଟି ୟୁନିଟରୁ ୧୭୪୦ ମେଗାୱ୍ଟାଟ ବିଜୁଳୀ ଶକ୍ତି ଉତ୍ପାଦନ ହେଉଥିବା ବେଳେ ଏହା କମିବା ଆଶଙ୍କା ପ୍ରକାଶ ପାଇଛି ଜ୍ଝଓପିଜିସିର ପ୍ରଥମ ଓ ଦ୍ୱିତୀୟ ୟୁନିଟରୁ ୪୨୦ ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ କ୍ଷମତା ଥିବା ବେଳୈ ଦୈନିକ ଆବଶୟକ ୮ ହଜାର ମେଟ୍ରିକ୍ ଟନ କୋଇଲା । ସେହିପରି ଗତ ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ୩ୟ ଓ ୪ର୍ଥ ୟୁନିଟରୁ ୧୩୨୦ ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ ପାଇଁ ଦୈନିକ ଆବଶ୍ୟକ ୧୬ ହଜାର ମେଟ୍ରିକ୍ ଟନ କୋଇଲା । ଏହିପରି ଦୈନିକ ୨୪ ହଜାର ମେଟ୍ରିକ୍ ଟନ କୋଇଲାର ଆବଶ୍ୟକତା ରହିଥିବା ବେଳେ ଏମସିଏଲ ଯୋଗାଉଛି ୧୦ ହଜାର ମେଟ୍ରିକ ଟନ କୋଇଲା ଜ୍ଝଫଳରେ ଓପିଜିସିର ୪ଟି ଯାକ ୟ୍ଟୁନିଟ ଚଳାଇବା ଅସମ୍ଭବ ହୋଇ ପଡୁଛି । ପୁର୍ବରୁ ଓପିଜିସିରେ ଗଚ୍ଛିତ ଥିବା କୋଇଲା ରୁ ୪ଟି ଯାକ ୟୁନିଟକୁ ଚଳାଇ ଆସୁଥିବା ଓପିଜିସିର ଗଚ୍ଛିତ କୋଇଲା ଶେଷ ହେଲାଣି । ଫଳରେ ଏମସିଏଲ କୋଇଲା ଯୋଗାଣ ବ୍ରୁଦ୍ଧି ନକଲେ ଆସନ୍ତା କାଅଲି ଠାରୁ ୨ ନମ୍ବର ୟୁନିଟକୁ ବନ୍ଦ କରିବାକୁ ଆପାତତଃ ନିଷ୍ପତ୍ତି ନେଇଛି ଓପିଜିସି କର୍ତ୍ରୁପକ୍ଷ । ଏହିଭଳି ଧାରା ବଜାୟ ରହିଲେ ଆଗକୁ ଆହୁରି ଅଧିକ ୟୁନିଟକୁ ବନ୍ଦ କରାଯାଇପାରେ ବୋଲି ଓପିଜିସି କର୍ତୁପକ୍ଷ ନିଷ୍ପତ୍ତି ନେଇଥିବା ଜଣା ପଡିଛି । ଏହିପରି ସମସ୍ୟା ଲାଅଗି ରହିଲେ ରାଜ୍ୟରେ ବିଜୁଳି ସମସ୍ୟା ସ୍ରୁଷ୍ଟି ହେବା ଆଶଙ୍କା ବଢିବାରେ ଲାଗିଛି । ଆସନ୍ତାକାଲି ଠାରୁ ଗୋଟିଏ ୟୁନିଟ ବନ୍ଦ ହେଲେ ୨୧୦ ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ ବାଧାପ୍ରାପ୍ତ ହେବ । ଗତ ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓପିଜିସିର ୩ୟ ଓ ୪ର୍ଥ ୟୁନିଟ ସହ ମନୋହରପୁର କୋଲ ବ୍ଲକକୁ ମଧ୍ୟ ଉଦଘାଟନ କରିଥିଲେ । କିନ୍ତୁ ମନୋହରପୁରରୁ ଓପିଜିସି ପର‌୍ୟ୍ୟନ୍ତ ରେଳ ଲାଇନ୍ ନିର୍ମାଣ ପାଇଁ ଆହୁରି ୪ କିଲୋମିଟର ରାସ୍ତା ନିର୍ମାଣ ସରି ନଥିବା ଓ ଏଥିପାଇଁ ଏମସିଏଲ ଜମି ହସ୍ତାନ୍ତର କରୁ ନ ଥିବାରୁ କୋଇଲା ଉତ୍ତୋଳନ କରାଯାଇ ପାରୁ ନଥିବା ଓପିଜିସି କହିଛି ।