ଲାଂଚ ନେଇ ଫସିଲେ ଭଦ୍ରକ ଗ୍ରାମ୍ୟ ନିର୍ମାଣ ବିଭାଗର ଡାଟା ଏଂଟ୍ରି ଅପରେଟର

ଭଦ୍ରକ: ଲାଂଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହେଲେ  ଭଦ୍ରକ ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜନୈକ ଡାଟା ଏଂଟ୍ରି ଅପରେଟର୍।

ସୂଚନାଯୋଗ୍ୟ, ଭଦ୍ରକ ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡାଟା ଏଂଟ୍ରି ଅପରେଟର୍ ପ୍ରିୟବ୍ରତ ପଣ୍ଡା ଏକ ଠିକା କାମ ପାଇଁ ୩୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଆଜି ଭଦ୍ରକ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ପ୍ରିୟବ୍ରତ ପଣ୍ଡା ୨ଟି ଠିକା କାମର ବିଲ୍ ପାସ୍ କରାଇବାକୁ ଦିଗମ୍ବର ଦାସ ନାମକ ଜଣେ ଠିକାଦାରଙ୍କଠାରୁ ୩୦ ହଜାର ଟଙ୍କା ଲାଂଚ ନେଉଥିଲେ ।

୧୦ ଲକ୍ଷ ଟଙ୍କାର ଠିକା କାମର ବିଲ୍ ପାସ୍ କରାଇବାକୁ ପ୍ରିୟବ୍ରତ କିଛି ଦିନ ହେବ ଦିଗମ୍ବର ଦାସଙ୍କଠାରୁ ୩୦ ହଜାର ଟଙ୍କା ଲାଂଚ ମାଗି ଆସୁଥିଲେ। ଏଥିରେ ଅତିଷ୍ଠ ହୋଇ ଠିକାଦାର ଦିଗମ୍ବର ଦାସ ଏସଂପର୍କରେ ଭଦ୍ରକ ଭିଜିଲାନ୍ସକୁ ଖବର ଦେଇଥିଲେ। ଏହାପରେ ଆଜି ଭଦ୍ରକ ଗ୍ରାମ୍ୟ ନିର୍ମାଣ ବିଭାଗର ଡାଟା ଏଂଟ୍ରି ଅପରେଟର୍ ପ୍ରିୟବ୍ରତ ପଣ୍ଡା ଦିଗମ୍ବର ଦାସଙ୍କଠାରୁ ୩୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭଦ୍ରକ ଭିଜିଲାନ୍ସ ବିଭାଗ ଦ୍ବାରା ଗିରଫ ହୋଇଛନ୍ତି।

ଏହାଛଡ଼ା ଭଦ୍ରକ ଭିଜିଲାନ୍ସ ଡିଏସପି ସଞ୍ଜୟ ଦାସମହାପାତ୍ରଙ୍କ ନିର୍ଦ୍ଦେଶରେ ଆଜି ପ୍ରିୟବ୍ରତଙ୍କ କାର୍ଯ୍ୟାଳୟ ଓ ଭଦ୍ରକର ମହୁଦାସ୍ଥିତ ବାସଭବନରେ ଚଢ଼ାଉ ଜାରି ରହିଥିବା ଜଣାଯାଇଛି।