ଅପରେସନ ହାଇଦର : ୧୨୦ ଘଣ୍ଟାର ଅପରେସନ୍ ପରେ ପୋଲିସ କବଜାରେ ଗ୍ୟାଙ୍ଗଷ୍ଟର

କଟକ  : ହାଇଦର ଧରାପଡିବା ନେଇ ସବିଶେଷ ତଥ୍ୟ ରଖିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଗ୍ୟାଙ୍ଗଷ୍ଟରକୁ କେମିତି ଧରିଲା ପୋଲିସ ସେ ନେଇ ସସସ୍ତ ସୂଚନା ଦେଇଛନ୍ତି ସିପି । ତେଲେଙ୍ଗାନାରେ ଥିବା ଆମକୁ ମିଳିଥିଲା ସୂରାକ୍ । ହାଇଦରକୁ ଗିରଫ କରିବାକୁ ଲାଗିଥିଲା ୧୨୦ ଘଣ୍ଟାର ଅପରେସନ । SCBରୁ ଚକମା ଦେଇ ଫେରାର୍ ହୋଇଯାଇଥିଲା ହାଇଦର ।

ଦାୟିତ୍ୱରେ ଥିବା ସୁରକ୍ଷା କର୍ମଚାରୀଙ୍କୁ ନିଶା ଦେଇ ଖସିଯାଇଥିଲା ହାଇଦର । ପ୍ରଥମେ କାର୍ ପରେ ବାଇକେ ଯୋଗେ ଚାଲିଯାଇଥିଲା । ସେ ତେଲେଙ୍ଗାନାରେ ଥିବା ନେଇ ୧୧ ତାରିଖରେ ଆମକୁ ସ୍ପଷ୍ଟ ସୂଚନା ମିଳିଥିଲା । ସବୁ ଦିଗରୁ ତଦନ୍ତ ପରେ ଆମ ଟିମ୍ ହାଇଦ୍ରାବାଦ ଗସ୍ତ କରିଥିଲେ । ୪ ଟି ଟିମ୍ ୪ ଭାଗରେ ବିଭକ୍ତ ହୋଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ୧୩, ୧୪, ୧୫ରେ ଅପରେସନକୁ ଜୋରଦାର କରାଯାଇଥିଲା । ଆମର ୨ଟି ଟିମ୍ ତେଲେଙ୍ଗାନା ଯାଇ ତନାଘନା କରିଥିଲେ । ଏହି ଟିମରେ ଥିଲେ ବାଦାମବାଡି ଥାନା ଆଇଆଇସି ଓ ଚାଉଳିଆଗଞ୍ଜ ଥାନା ଆଇଆଇସି ।

ଅନ୍ୟ ୨ଟି ଟିମ୍ ଝାଡଖଣ୍ଡ ଓ ମହାରାଷ୍ଟ୍ର ଅଭିମୁଖେ ଯାଇଥିଲେ । ଫେରାର ହେବାର ୩ ଘଣ୍ଟା ଭିତରେ ରାଜ୍ୟ ବାହାରକୁ ଚାଲିଯାଇଥିଲା ହାଇଦର । ଟେକ୍ନିକାଲ ସର୍ଭେଲାନ୍ସରୁ ଆମକୁ ଅନେକ ଗୁଡିଏ ତଥ୍ୟ ମିଳିଥିଲା । ଏହି ତଦନ୍ତରୁ ଜିରୋ ଡାଉନ କରାଯାଇ ହାଇଦରର ଗତିବିଧି ନେଇ ମିଳିଥିଲା ସୁଚନା । ଶେଷରେ ଦୀର୍ଘ ୫ ଦିନ ପରେ ତାଙ୍କୁ ତେଲେଙ୍ଗାନାର ସାଙ୍ଗାରେଡ୍ଡିରୁ ଗିରଫ କରିବାରେ ସକ୍ଷମ ହୋଇଥିଲା ପୋଲିସ । ସେ ଆହୁରି ମଧ୍ୟ କହିଛନ୍ତି ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ହାଇଦ୍ରାବାଦରେ ରହୁଛି । ତେବେ ହାଇଦ୍ରାବାଦରେ ଲୁଚି ରହିଥିବା ନେଇ ଆମର ସନ୍ଦେହ ଜାତ ହୋଇଥିଲା ।

ଗତାକାଲି ତେଲେଙ୍ଗାନର ସାଙ୍ଗାରେଡ୍ଡିରେ ହାଇଦର ଗିରଫ କରାଯିବ ସହ ଜାହିରାବାଦ କୋର୍ଟ ହାଜର କରାଯାଇଥିଲା । ଏବେ ହାଇଦରର ୭ ସହଯୋଗୀଙ୍କୁ ଆମେ ଅଟକ ରଖି ପଚାରାଉଚରା କରୁଛୁ । ଆଗକୁ ଆମେ ହାଇଦରକୁ ଟ୍ରାନଜିଟ୍ ରିମାଣ୍ଡରେ ତାକୁ ଜେରା କରିବା ସହ ଫେରାର୍ ପଛର ରହସ୍ୟ ଉନ୍ମୋଚନ କରିବୁ । ସେପଟେ ହାଇଦର ବିରୋଧରେ ସଂଗୀନ ଦଫା ସବୁ ଲଗାଯାଇଛି । ୩୨୮, ୨୨୪ ସହ ୧୨୦(ବି) ଭଳି ଦଫା ସବୁ ଲାଗିଛି । ତେବେ ହାଇଦରର ଫେରାର୍ ପଛରେ କଣ ସବୁ ରହସ୍ୟରହିଛି ତାହା ଆଗାମୀ ଦିନରେ ଜଣାପଡିବ ବୋଲି ପୋଲିସ କମିଶନର କହିଛନ୍ତି ।